ଭାଇରାଲ ହେଲା କଙ୍ଗନାଙ୍କ ସହ ସଲମାନଙ୍କ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ସଲମାନଙ୍କ ସହ ଏକ ଥ୍ରୋ ବ୍ୟାକ ଭିଡିଓ ଶେୟାର କରିଛନ୍ତି। କେବଳ ସେତିକି ନୁହେଁ ଏହି ଭିଡିଓରେ ସେ ସଲମାନଙ୍କୁ ଏହ ଚମକାଇବା ଭଳି ପ୍ରଶ୍ନ ବି କରିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି ଆଉ ଏମାନଙ୍କ ପ୍ରଶଂସକ ବି ଭିଡିଓକୁ ନେଇ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।
ଏହି ଭିଡିଓଟି ହେଉଛି ସଲମାନଙ୍କ ଲୋକପ୍ରିୟ ଟେଲିଭିଜନ ଶୋ’ ‘ଦଶ କା ଦମ’ର। ଏଥିରେ କଙ୍ଗନା ଘାଘରା ଚୋଲି ପନ୍ଧି ମାଧୁରି ଦିକ୍ଷିତଙ୍କ ‘ଧକ ଧକ କରନେ ଲଗା’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଆଉ ସଲମାନ କଙ୍ଗନାଙ୍କ ଡ୍ୟାନ୍ସର ମଜା ନେଉଛନ୍ତି। ଏହି ଭିଡିଓକୁ ଶେୟାର କରି କଙ୍ଗନା ଲେଖିଛନ୍ତି, ଓଏମଜି!!! ଆମେ ଏତେ ଯବାନ କାହିଁକି ଦେଖାଯାଉଛୁ। ଏହାକୁ ସଲମାନଙ୍କୁ ବି ଟ୍ୟାଗ କରାଯାଇଛି।
ଏହି ଭିଡିଓକୁ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି, ଟୁ ମଚ ଫନ, ଅନ୍ୟଜଣେ ଲେଖିଛନ୍ତି ଆପଣମାନେ ବିବାହ କରି ନିଅନ୍ତୁ।

Share