କଙ୍ଗନାଙ୍କ ଅଧୁରା ସ୍ବପ୍ନ

ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। ସେ ଚମତ୍କାର ଅଭିନୟ ବ୍ୟତୀତ ନିଜର ତୀକ୍ଷ୍ଣ ବକ୍ତବ୍ୟ ପାଇଁ ମଧ୍ୟ ଜଣାଶୁଣା। ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗ ବ୍ୟତୀତ କଙ୍ଗନା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ମନ୍ତବ୍ୟ ଦିଅନ୍ତି। ଚଳଚ୍ଚିତ୍ର ସହ ବ୍ୟବସାୟରେ ମଧ୍ୟ ନିଜର ଚେଷ୍ଟା ଜାରି ରଖିଛନ୍ତି। ନିକଟରେ କଙ୍ଗନା କହିଛନ୍ତି, ସେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ, କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଯୋଗୁ ତାଙ୍କୁ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପଡ଼ିଥିଲା। ସେ ଅନେକ ବର୍ଷରୁ ହିଲ୍‌ ଷ୍ଟେଶନ୍‌ରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛନ୍ତି, କିନ୍ତୁ ଆର୍ଥିକ କ୍ଷତି ହେତୁ ସେ ନିଜର ରେଷ୍ଟୁରାଣ୍ଟ ଖୋଲିପାରୁ ନାହାନ୍ତି। ରେଷ୍ଟୁରାଣ୍ଟ ଖୋଲିବାର ସ୍ବପ୍ନ ଏବେ ବି ଅଧୁରା ରହିଛି।
କଙ୍ଗନାଙ୍କୁ ଶେଷ ଥର ଧାକଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଫ୍ଲପ ହୋଇଥିଲା। ଆଗକୁ ସେ ଫିଲ୍ମ ‘ଏମରଜେନ୍ସି’ରେ ନଜର ଆସିବେ। ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ନଜର ଆସିବେ।

Share