ମହେଶ ଭଟ୍ଟଙ୍କ ଅସଲ ନାମ ‘ଅସଲମ’, ଚମକାଇବା ଭଳି ତଥ୍ୟ ଦେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବିନ୍ଦାସ ଓ ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ଏବେ ସେ ବଲିଉଡ୍ ଫିଲ୍ମ ମେକର ମହେଶ ଭଟ୍ଟଙ୍କୁ ନେଇ ଏମିତି ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କଙ୍ଗନା ମହେଶ ଭଟ୍ଟଙ୍କର ଏକ ଭିଡିଓ ଶେୟାର କରି କହିଛନ୍ତି ମହେଶ ଭଟ୍ଟଙ୍କ ଅସଲ ନାମ ହେଲା ‘ଅସଲମ’ । ଏଥିପାଇଁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମହେଶ ଭଟ୍ଟଙ୍କ ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି ।
କଙ୍ଗନା ତାଙ୍କ ଷ୍ଟୋରୀରେ ଲେଖିଛନ୍ତି, ମହେଶ ଭଟ୍ଟ ତାଙ୍କର ପ୍ରକୃତ ନାମ ବ୍ୟବହାର କରିବା ଦରକାର । ନୁହେଁ କି କୌଣସି ଧର୍ମର ପ୍ରତିନିଧିତ୍ୱ କରିବା ଦରକାର ।  ସୂଚନା ଅନୁଯାୟୀ, କଙ୍ଗନା ଏକ କ୍ଲିପର ସିରିଜରେ ମହେଶ ଭଟ୍ଟଙ୍କ ଏକ କଥିତ ଭିଡିଓ ଶେୟାର କରିବାକୁ ଇନଷ୍ଟାଗ୍ରାମ ଷ୍ଟୋରୀର ସାହାଯ୍ୟ ନେଇଛନ୍ତି । ଏହି ଭିଡିଓରେ ସ୍ପଷ୍ଟ ନଜର ଆସୁଛି ଯେ, ମହେଶ ତାଙ୍କ ଅସଲ ନାମ ଓ ଇସଲାମ ସମ୍ପର୍କରେ ତାଙ୍କ ଚିନ୍ତାଧାରା କଥା କହୁଛନ୍ତି ।
ଏହି ଭିଡିଓର ଆଉ ଏକ କ୍ଲିପ ଶେୟାର କରି କଙ୍ଗନା ଲେଖିଛନ୍ତି, ମୋତେ କୁହାଯାଇଛି କି ମହେଶ ଭଟ୍ଟଙ୍କ ପ୍ରକୃତ ନାମ ହେଉଛି ଅସଲମ । ସେ ତାଙ୍କ ଦ୍ୱିତୀୟ ପତ୍ନୀ(ସୋନି ରାଜଦାନ)ଙ୍କୁ ବିବାହ କରିବାକୁ ଧର୍ମ ପରିବର୍ତ୍ତନ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୦୬ରେ ରିଲିଜ ହୋଇଥିବା ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’ ମାଧ୍ୟମରେ ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିଥିଲେ । ଆଉ ସେହି ଫିଲ୍ମଟି ମହେଶ ଭଟ୍ଟଙ୍କ ପ୍ରଡକଶନର ଥିଲା । ଏହାପରେ କଙ୍ଗନା ମହେଶଙ୍କ ବିରୋଧରେ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ୨୦୨୦ରେ ମହେଶ ଭଟ୍ଟ କଙ୍ଗନାଙ୍କୁ ମାରପିଟ କରିଥିବା ଅଭିନେତ୍ରୀ ଅଭିଯୋଗ କରିଥିଲେ ।

Share