ଗିରଫ ହେବେ ନାହିଁ କଙ୍ଗନା, କୋର୍ଟ ଦେଲେ ନିର୍ଦ୍ଦେଶ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲା ଚନ୍ଦେଲଙ୍କ ବିରୋଧରେ ମାମଲା ରଦ୍ଦ ପାଇଁ ଏକ ଆବେଦନ ଉପରେ ବମ୍ବେ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଉଭୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ଏହି ଦୁଇ ଭଉଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ସୋସିଆଲ ମିଡିଆରେ ଏ ସମ୍ପର୍କିତ କୌଣସି ପୋଷ୍ଟ କିମ୍ବା ମନ୍ତବ୍ୟ ଦେବେ ନାହିଁ। ଏହା ବ୍ୟତୀତ କୋର୍ଟ କଙ୍ଗନା ଏବଂ ରଙ୍ଗୋଲିଙ୍କୁ ଜାନୁଆରୀ ୮ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଉପସ୍ଥିତ ରହିବାକୁ ନିର୍ଦ୍ଦଶ ଦେଇଛନ୍ତି। ଜାନୁଆରୀ ୧୧ ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ସୂଚନାଯୋଗ୍ୟ, କଙ୍ଗନାଙ୍କ ବିରୋଧରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସାମ୍ପ୍ରଦାୟକ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

Share