ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା

ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟତଃ ନିଜ ମତକୁ ନେଇ ବିବାଦରେ ଥାଆନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ତାରକାଙ୍କ ବିରୋଧରେ ନିଜ ମତ ଦିଅନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୋନିୟିନ ସେଲଭାନ ପାର୍ଟ-୧’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଐଶ୍ୱର୍ଯ୍ୟାଙ୍କୁ ପରଦାର ପ୍ରକୃତ ରାଣୀ ବୋଲି ପ୍ରଶଂସା କରିଛନ୍ତି।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଷ୍ଟାଟସ ଶେୟାର କରିଛନ୍ତି। ପ୍ରଥମ ପୋଷ୍ଟରେ ସେ ପିଏସ୍‌-୧ର ପୋଷ୍ଟର ଶେୟାର କରି ଲେଖିଥିଲେ ଯେ, ଅନେକ କିମ୍ବଦନ୍ତୀ କଳାକାରଙ୍କ ଏହି କାର୍ଯ୍ୟକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ। ଦ୍ୱିତୀୟ ପୋଷ୍ଟରେ କଙ୍ଗନା ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଐଶ୍ଚର୍ଯ୍ୟାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। କଙ୍ଗନା ଲେଖିଛନ୍ତି, ଅଲ୍ଟିମେଟ ରାଣୀ ଐଶ୍ୱର୍ଯ୍ୟାଙ୍କୁ ପୁଣି ପରଦାରେ ଦେଖି ଉତ୍ସାହିତ, ପିଏସ୍‌-୧ର କାହାଣୀ କାଳ୍ପନିକ ହୋଇପାରେ କିନ୍ତୁ ଏହା ଇତିହାସର ପୃଷ୍ଠାରୁ ଆସିଛି।
ଅଭିନେତ୍ରୀ ଐଶ୍ୱର୍ଯ୍ୟା ପିଏସ୍‌-୧ ଫିଲ୍ମରେ ରାଜକୁମାରୀ ନନ୍ଦିନୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ୩୦ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ଚିଆନ ବିକ୍ରମ, ତ୍ରିଶା, କାର୍ତ୍ତି, ତ୍ରିଶା କୃଷ୍ଣନଙ୍କ ଭଳି ଅଭିନେତା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଦକ୍ଷିଣ ଭାରତୀୟ ଭାଷାରେ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି। ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ହାସଲ କରିଛି।
ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଡବଲ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ଉଭୟ ଚରିତ୍ର ବହୁତ ଶକ୍ତିଶାଳୀ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମଣିରତ୍ନମ।

 

 

Share