Categories: ଜାତୀୟ

କଙ୍ଗନାଙ୍କ ଅଫିସ୍‌ ଭଙ୍ଗା ଉପରେ ପ୍ରଶ୍ନ ଉଠାଇଲା ଭାଜପା, ଏନ୍‌ସିପି

ମୁମ୍ବାଇ,୯।୯:ଅଭିନେତ୍ରୀ କଙ୍ଗନା କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଏମସିର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା ଏବଂ ଏନ୍‌ସିପି। ଏନ୍‌ସିପି ନେତା ଶରଦ ପାଓ୍ବାର କହିଛନ୍ତି, ବିଏମସି ଏଭଳି କାର୍ଯ୍ୟ ଜରୁରୀ ନ ଥିଲା। ମୁମ୍ବାଇର ଆହୁରି ଅନେକ ଯାଗାରେ ଅବୈଧ କୋଠା ରହିଛି। ଜାଣିଶୁଣି କଙ୍ଗନାଙ୍କୁ ଟାର୍ଗେଟ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଅନାବଶ୍ୟକ ଭାବେ କଙ୍ଗନାଙ୍କୁ କହିବାକୁ ସୁଯୋଗ ଦିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, କଙ୍ଗନା ରାଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଗତ କିଛିଦିନ ହେବ କଙ୍ଗନା ଏବଂ ମହାରାଷ୍ଟର ଶିବସେନା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। କଙ୍ଗନା କହିଥିଲେ ମୁମ୍ବାଇରେ ସେ ସୁରକ୍ଷିତ ନାହାନ୍ତି, ସେଠାରେ ତାଙ୍କୁ ପିଓକେ ଭଳି ଅନୁଭବ ହେଉଛି। ଏହାର ଜବାବରେ ଶିବସେନା ନେତା ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। କଙ୍ଗନା ମୁମ୍ବାଇ ଆସିବି ବୋଲି ଧମକ ଦେଇ କହିଥିଲେ। ଏହାପରେ ମୁମ୍ବାଇରେ କଙ୍ଗନାଙ୍କ ୪୮ କୋଟି ଟଙ୍କାରେ ନିର୍ମିତ କୋଠାକୁ ଅବୈଧ ନିର୍ମାଣ ଦର୍ଶାଇ ବିଏମସି ଭାଙ୍ଗି ଦେଇଛି।

Share