ଭାରାକ୍ରାନ୍ତ ମନ ନେଇ ମନାଲି ଫେରିଲେ କଙ୍ଗନା

ମୁମ୍ବାଇ,୧୪ ।୯: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ସୋମବାର ନିଜ ହୋମ ଟାଉନ ମନାଲି ଫେରିଛନ୍ତି । ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଗସ୍ତ କରିଥିବା ବେଳେ ପାଖାପାଖି ଏକ ସପ୍ତାହ ସେଠାରେ ରହି କିଛି ତିକ୍ତ ଅନୁଭୁତି ନେଇ ଭଉଣୀ ରଙ୍ଗୋଲିଙ୍କ୍ ସହ ସେ ମନାଲି ଫେରିଯାଇଥିବା କହିଛନ୍ତି । ତେବେ ଫେରିବା ସମୟରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ଟୁଇଟ୍ କରିଛନ୍ତି । କଙ୍ଗନା କହିଛନ୍ତି ମୁଁ ଭାରାକ୍ରାନ୍ତ ମନ ନେଇ ଫେରୁଛି । ଲଗାତାର ଭାବେ ମୋତେ ଯେଉଁଭଳି ଭୟଭିତ କରାଗଲା ମୋ କାର୍ଯ୍ୟାଳୟ ପରେ ମୋ ଘର ଭାଙ୍ଗିବାକୁ ଯେଉଁଭଳି ଯୋଜନା କରାଗଲା ଆଉ ମୋତେ ଗାଳି ଗୁଲଜ କରାଗଲା ତାହା ମୋତେ କଷ୍ଟ ଦେଇଛି । ହେଲେ ପିଓକେକୁ ନେଇ ମୁଁ ଯାହା କହିଛି ତାହା ଠିକ୍ ବୋଲି କଙ୍ଗନା ଟୁଇଟ୍ କରିଛନ୍ତି । ଆଉ ଏକ ଟୁଇଟ୍‌ରେ ସେ କହିଛନ୍ତି ରକ୍ଷକ ଯେବେ ଭକ୍ଷକ ସାଜେ କୁମ୍ଭିର ସାଜି ଲୋକତନ୍ତ୍ରର ହତ୍ୟା କରୁଥିବା ଲୋକେ ମୋତେ ଦୁର୍ବଳ ଭାବି ବଡ ଭୁଲ୍ କରୁଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କ ବିବାଦ ପରେ ଏବେ ବୃହାନମୁମ୍ବାଇ ନଗରପାଳିକା ରବିବାର କଙ୍ଗନାଙ୍କ ଘରକୁ ନେଇ ଏକ ନୂଆ ନୋଟିସ୍ ପଠାଇଛି । ବିଏମ୍‌ସି କହିଛି ଅଭିନେତ୍ରୀଙ୍କ କାର୍ଯ୍ୟାଳୟ ଓ ଘର ବେଆଇନ ଭାବେ ନିର୍ମାଣ କରାଯାଇଛି ।

Share