୪ ଜଣଙ୍କୁ ଫ୍ଲାଟ୍‌ ଉପହାର ଦେଲେ କଙ୍ଗନା

ଗତ କିଛି ମାସ ହେବ ନିଜର କଠୋର ବକ୍ତବ୍ୟ ପାଇଁ ବଲିଉଡ୍‌ ଅଭିିନେତ୍ରୀ କଙ୍ଗନା ରଣାଓ୍ବତ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ଚଣ୍ଡିଗଡରେ ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, କଙ୍ଗନା ତାଙ୍କର ଭଉଣୀ-ଭାଇଙ୍କ ପାଇଁ ଏକା ସାଙ୍ଗରେ ୪ଟି ଫ୍ଲାଟ୍‌ କିଣିଛନ୍ତି। ଏହି ବିଳାସମୟ ଫ୍ଲାଟ୍‌ର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ। ତେବେ ଏହି ଫ୍ଲାଟ୍‌ର କାମ ଜାରି ରହିଛି। ଏହାର କାମ ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି।

ଏହି ଫ୍ଲାଟ୍‌ ଚଣ୍ଡିଗଡ଼ର ଏୟାରପୋର୍ଟ ନିକଟରେ ଅବସ୍ଥିତ। କଙ୍ଗନା ଏହି ଫ୍ଲାଟ୍‌ କିଣିଥିବା ନିଜେ ମଧ୍ୟ ସ୍ବୀକାର କରିଛନ୍ତି। ସେ ଲେଖିଛନ୍ତି, ମୁଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ଯେ, ସେମାନେ ନିଜର ଆୟକୁ ପରିବାର ସହ ଶେୟାର କରନ୍ତୁ। ଖୁସି ବାଣ୍ଟିଲେ ବଢ଼ିଥାଏ। ଏପରି କାମ କରିପାରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି କଙ୍ଗନା ଲେଖି ଜଣାଇଛନ୍ତି।

Share