ବିବାଦରେ ଏମରଜେନ୍ସି

ମୁମ୍ବାଇ,୨୦ ।୭: ବଲିଉଡର ଅନୁଭବି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଏବେ ଏହା ବିବାଦ ମଧ୍ୟକୁ ଚାଲି ଯାଇଛି । କଙ୍ଗନାଙ୍କ ଏହି ମୁଭିକୁ ନେଇ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ(ଆଇଏନସି) ଆପତ୍ତି ଉଠାଇଛି । ଏହାସହ ଦଳ କଙ୍ଗନାଙ୍କ ସାମ୍ନାରେ ଏକ ବଡ ସର୍ତ୍ତ ରଖିଛି । ମୁଭି ଏମରଜେନ୍ସି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ୧୯୭୫-୭୭ ମଧ୍ୟରେ ଦେଶରେ ଲାଗିଥିବା ଏମରଜେନ୍ସି ଉପରେ ଆଧାରିତ ।
ଗଣମାଧ୍ୟମର ଖବର ଅନୁଯାୟୀ, ମଧ୍ୟପ୍ରଦେଶ କଂଗ୍ରେସ ପାର୍ଟି ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାୱତଙ୍କ ଏମରଜେନ୍ସିକୁ ନେଇ ଆପତ୍ତି ଉଠାଇଛି । ଦଳ କହିଛି ଫିଲ୍ମ ଏମରଜେନ୍ସି ମାଧ୍ୟମରେ ଇନ୍ଦିରାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି । ଏହାକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସ କଙ୍ଗନାଙ୍କ ସାମ୍ନାରେ ସର୍ତ୍ତ ରଖିଛି କି ପ୍ରଥମେ ତାଙ୍କୁ ଫିଲ୍ମଟି ଦେଖାଇବାକୁ ପଡିବ । ଏହା ବ୍ୟତୀତ ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ଉପାଧ୍ୟକ୍ଷ ସଙ୍ଗିତା ଶର୍ମା କହିଛନ୍ତି କଙ୍ଗନା ଭାରତୀୟ ଜନତା ପାର୍ଟି(ଭାଜପା)ର ଏଜେଣ୍ଟ । ଆଉ ଶାସକ ଦଳ କହିବା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛପି ସହ ଖେଳ ଖେଳିବାକୁ ପ୍ରୟାସ କରାଯାଉଛି ।
ଏହାକୁ ନେଇ ଭଜପାର ପ୍ରବକ୍ତା ରାଜପାଳ ସିଂ କହିଛନ୍ତି ଫିଲ୍ମ ଏମରଜେନ୍ସିର ଟିଜର ଦେଖିବା ପରେ ବିରୋଧିଙ୍କ ମଧ୍ୟରେ ଅସ୍ଥିରତା ଦେଖାଦେଇଛି । କାରଣ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ହିଁ ଦେଶରେ ଏମରଜେନ୍ସିର କଳା ଦାଗ ଲାଗିଛି । ସୂଚନାଯୋଗ୍ୟ, ଫିଲ୍ମର ଟିଜର ପୂର୍ବରୁ ରିଲିଜ ହୋଇଥିବା ବେଳେ କଙ୍ଗନା ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri