କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫ ତାରିଖରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ‘ବନ୍ଦେ ମାତରମ’ ଗାନକୁ ନେଇ ବିବାଦ ଆରମ୍ଭ ହେବା ପରଠାରୁ କଙ୍ଗନା ରଣାୱତ କଂଗ୍ରେସ ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଭାଜପା ସାଂସଦ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ପଡ଼ୋଶୀ ଦେଶ ‘ପାକିସ୍ତାନ’ ସହ ତୁଳନା କରିଛନ୍ତି।

କଙ୍ଗନା ରଣାୱତ କହିଛନ୍ତି, ବନ୍ଦେ ମାତରମ ଭାରତର ଚେତନାକୁ ପ୍ରତିଫଳିତ କରେ। ଜଣେ କଳାକାର ଭାବେ ମୁଁ ବୁଝିପାରେ ଯେ, ଗୋଟିଏ କବିତାର ଦେଶ ଉପରେ କେତେ ପ୍ରଭାବ ପଡ଼ିପାରେ। ଏହାକୁ ନେଇ ଏତେ ଉତ୍ତେଜିତ ହେବା ଏବଂ ଏତେ ଘୃଣା କରିବାର ଅର୍ଥ କ’ଣ? ଏମାନେ (କଂଗ୍ରେସ ନେତାମାନେ) କ୍ୟାମେରାକୁ ମଧ୍ୟ ଖାତିର କରିନଥିଲେ। କ୍ୟାମେରା ବନ୍ଦ କରାଇବା ପାଇଁ ସେମାନେ ବିଚଳିତ ହୋଇପଡ଼ିଥିଲେ। ମୁଁ ତ କହିବି, ପାକିସ୍ତାନର ଲୋକମାନେ ମଧ୍ୟ ଏତେ ବିଚଳିତ ହୁଅନ୍ତି ନାହିଁ, ଯେତେକି ଏମାନେ ହେଉଛନ୍ତି।

Odisha’s No.1 Odia Daily

Share