ସିଆରପିଏଫ୍‌ ଯବାନଙ୍କ ସହ ଦଶହରା ପାଳିଲେ କଙ୍ଗନା

ସାରା ଦେଶରେ ଦଶହରା ପର୍ବ ପାଳନ କରାଯାଉଛି। ବଲିଉଡ ପ୍ରସିଦ୍ଧ କଙ୍ଗନା ରାଣାୱତ ଏହି ଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିଛନ୍ତି। କଙ୍ଗନା ସିଆରପିଏଫ୍‌ ଯବାନଙ୍କ ସହ ଦଶହରା ପର୍ବ ପାଳନ କରିଥିଲେ। ସୋସିଆଲ ମିଡିଆରେ ଯବାନଙ୍କ ଫଟୋ ଶେୟାର କରିଥିଲେ। ସେ ଲେଖିଛନ୍ତି, ଯେଉଁମାନେ ଦେଶକୁ ସୁରକ୍ଷା ଦିଅନ୍ତି ସେମାନଙ୍କୁ ଭଗବାନ ସୁରକ୍ଷା ଦିଅନ୍ତୁ।
କଙ୍ଗନା ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ‘ଏମରଜେନ୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ କଙ୍ଗନା ବ୍ୟତୀତ ଅନୁପମ ଖେର, ଶ୍ରେୟାସ ତଳପଡେ, ମହିମା ଚୌଧରୀ, ମିଲିନ୍ଦ ସୋମନ ପ୍ରମୁଖ ଭୂମିକାରେ ଅଛନ୍ତି।

Share