କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ

ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ ନେଇଥିଲେ । ସେଠାରୁ ସେ ରାମ ଜନ୍ମଭୂମୀର ମାଟି ଓ ରାମ ମନ୍ଦିର ମଡେଲକୁ କିଣିଛନ୍ତି । ସେ ଜନତାଙ୍କୁ ଅପିଲ କରିଥିଲେ କି ଆପଣମାନେ ବି ଘରେ ବସି ଏହି ଉପହାର ସବୁ କ୍ରୟ କରି ନମାମି ଗଙ୍ଗା ପରିଯୋଜନାରେ ଆପଣଙ୍କର ସହଯୋଗ ଦେଇ ପାରିବେ । ଏହାର ବିକ୍ରି ପାଇଁ ଇ-ନିଲାମି ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ କଙ୍ଗନା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ରାତି ଦେଶପାଇଁ କାମ କରୁଛନ୍ତି । ତେଣୁ ତାଙ୍କୁ ମିଳିଥିବା ଅମୂଲ୍ୟ ଉପହାର ସେ ଦେଶବାସୀଙ୍କୁ ଦେବାକୁ ଚାହିଁଛନ୍ତି । ଏବେ ଆମେ ସମସ୍ତେ ଏହାକୁ କିଣିବା ଉଚିତ । ଆମ ସମସ୍ତଙ୍କ ଛୋଟିଆ ସହଯୋଗ ମା’ ଗଙ୍ଗାର ସଫେଇ ଓ ପୁନରୁତ୍ଥାପନ ପରିଯୋଜନାରେ ସହଯୋଗ କରିବ । ଗଙ୍ଗାର ସଫେଇ ଓ ଏହାର କଲ୍ୟାଣ କେତେ ଆବଶ୍ୟକ ଏହା ଆମ ସମସ୍ତଙ୍କୁ ଜଣା । ଆମ ଘରେ ବଡ ଶ୍ରଦ୍ଧାର ସହ ଗଙ୍ଗା ଜଳ ରଖାଯାଇଥାଏ । ତେଣୁ ଏହାର ସଫେଇ ବି ଆମର ଦାୟିତ୍ୱ ବୋଲି ସେ କହିଛନ୍ତି ।

Share