ଆସନ୍ତା ବର୍ଷ ରିଲିଜ ହେବ ଏମରଜେନ୍ସି

ମୁମ୍ବାଇ: ବଲିଉଡର ସବୁଠାରୁ ଧାକଡ ଅଭିନେତ୍ରୀ ଭାବରେ ବିବେଚିତ କଙ୍ଗନା ରାନାୱତ ‘ଏମରଜେନ୍ସି’ ମୁଭି ନିର୍ମାଣ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଜରୁରୀକାଳୀନ କାହାଣୀକୁ ଚିତ୍ରଣ କରୁଥିବା ଏହି ମୁଭିଟି ହେଉଛି କଙ୍ଗନାଙ୍କ ଡିରେକ୍ଟୋରିଆଲ ଡେବ୍ୟୁ ମୁଭି, ଯାହାର ରିଲିଜକୁ ନେଇ ସେ ବହୁତ ଉତ୍ସାହିତ ଥିଲେ। ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଥିଲେ କି ଡିରେକଶନ କ୍ଷେତ୍ରରେ କଙ୍ଗନାଙ୍କ ଆର୍ଟ କିପରି ରହିଛି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଏକ ନିରାଶାଜନକ ଖବର ଶେୟାର କରିଛନ୍ତି।

ଫିଲ୍ମ ‘ତେଜସ’ ପାଇଁ ଆଜିକାଲି କଙ୍ଗନା ରାନାଓ୍ବତ ଲାଇମ ଲାଇଟରେ ଅଛନ୍ତି। ଏହି ଫିଲ୍ମ କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଯାଉଛି। ଏଥିରେ କଙ୍ଗନାଙ୍କୁ ବାୟୁସେନା ପାଇଲଟ ଭୂମିକାରେ ଦେଖିବାକୁ ମିଳିବ। ଭିନ୍ନ ଭିନ୍ନ ସେଡସ୍‌ରେ ଅଭିନୟ କରୁଥିବା କଙ୍ଗନା ଏମରଜେନ୍ସି ଫିଲ୍ମରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବରରେ ରିଲିଜ ହେବାର ଥିଲା। ଏହାର ଅର୍ଥ କଙ୍ଗନା ସଲମାନ ଖାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ବର୍ତ୍ତମାନ ସେ ଫିଲ୍ମ ରିଲିଜକୁ ନେଇ ନିଜର ମତ ବଦଳାଇଛନ୍ତି। ଅଭିନେତ୍ରୀ ‘ଏମରଜେନ୍ସି’ ରିଲିଜ ତାରିଖକୁ ସ୍ଥଗିତ ରଖିଛନ୍ତି।
କଙ୍ଗନା ଏହି ପୋଷ୍ଟକୁ ଶେୟାର କରି କହିଛନ୍ତି, ମୋର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଅଛି। ଏମରଜେନ୍ସି ମୁଭି ହେଉଛି ଏକ କଳାକାର ଭାବରେ ମୋ ଜୀବନର ଶିକ୍ଷା ଏବଂ ସଂଗ୍ରହରୁ ନିର୍ମିତ ଏକ ମୁଭି। ଏହା କେବଳ ମୋ ପାଇଁ ଏକ ମୁଭି ନୁହେଁ ବରଂ ଏହା ମୋର ଦକ୍ଷତା ଏବଂ ଚରିତ୍ରର ଏକ ପରୀକ୍ଷା ମଧ୍ୟ। ଆମେ ଟିଜରରୁ ପାଇଥିବା ପ୍ରତିକ୍ରିୟା ଏବଂ ଅନ୍ୟାନ୍ୟ ଜିନିଷ ଆମକୁ ପ୍ରେରଣା ଦେଲା। ମୋର ହୃଦୟରେ ମୋର ବହୁତ ଭଲପାଇବା ଅଛି ଏବଂ ମୁଁ ଯେଉଁଆଡ଼େ ଯାଉଛି, ଲୋକମାନେ ମୋତେ ଏମରଜେନ୍ସିର ରିଲିଜ ଡେଟ ବିଷୟରେ ପଚାରୁଛନ୍ତି।
କଙ୍ଗନା ଆହୁରି ଲେଖିଛନ୍ତି, ଆମେ ୨୪ ନଭେମ୍ବର ଏମରଜେନ୍ସିର ରିଲିଜ ଡେଟ ଘୋଷଣା କରିଥିଲୁ, କିନ୍ତୁ ମୋର ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେଉଛି ଏବଂ ୨୦୨୪ର କ୍ୱାଟର ବି ଓଭର ପ୍ୟାକ ରହିଛି। ତେଣୁ ଆମେ ଆସନ୍ତା ବର୍ଷ ଏମରଜେନ୍ସି ରିଲିଜ କରିବାକୁ ଯୋଜନା କରିଛୁ। ଫିଲ୍ମର ନୂଆ ରିଲିଜ ଡେଟ କ’ଣ ତାହା କଙ୍ଗନା କହି ନାହାଁନ୍ତି, କିନ୍ତୁ ଚଳିତ ବର୍ଷ ଫିଲ୍ମ ରିଲିଜ ହେବ ନାହିଁ ଏହା ଏକ ନିଶ୍ଚିତ ସୂଚନା।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri