ନିର୍ବାଚନ ଲଢିବାକୁ ନେଇ ମୁୁହଁ ଖୋଲିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କର ଅଭିନୀତ ‘ତେଜସ’ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ ସାବ୍ୟସ୍ତ ହୋଇଥିଲା। କଙ୍ଗନା ୨୦୨୪ରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ହେଉଛି। ଏବେ କଙ୍ଗନା ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଭାଇରାଲ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହା ମିଥ୍ୟା ବୋଲି କହିଛନ୍ତି। ସେ ଏକ ହିନ୍ଦୀ ସମ୍ବାଦ ରିପୋର୍ଟର ଫଟୋ ଶେୟାର କରି ସ୍ପଷ୍ଟ କରିଛନ୍ତି ଯେ, ମୋର ସମ୍ପର୍କୀୟ ଏବଂ ବନ୍ଧୁମାନେ ମୋତେ ଏହି ଫଟୋ ଦେଇଛନ୍ତି । କିନ୍ତୁ ଏହି ଖବର ମୋ ଦ୍ୱାରା  କୁହାଯାଇ ନାହିଁ।
କଙ୍ଗନା ରାଜନୈତିକ ମଞ୍ଚରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ଚଣ୍ଡିଗଡ଼ ନିର୍ବାଚନମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା।

Share