ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପାଇଁ ମା’ କଲେ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲା କଥା କହିବା କାରଣରୁ ଅନେକ ଥର ଅସୁବିଧାରେ ପଡ଼ନ୍ତି। ଏହି କାରଣରୁ ବେଳେବେଳେ ତାଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେବେଳେ ତାଙ୍କୁ ଟ୍ରୋଲର ମଧ୍ୟ ସାମ୍ନା କରିବାକୁ ପଡେ। ସୁଶାନ୍ତ ମାମଲାରେ ମଧ୍ୟ କଙ୍ଗନା ଯେଉଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାଙ୍କୁ ମଧ୍ୟ ସମର୍ଥନ ମିଳୁଛି ଏବଂ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। କଙ୍ଗନାଙ୍କ ମା ତାଙ୍କ ସୁରକ୍ଷାକୁ ନେଇ ବହୁତ ଚିନ୍ତିତ।
ନିକଟରେ କଙ୍ଗନାଙ୍କ ଘର ବାହାରେ ଗୁଳି ବିନିମୟ ଶୁଣିବାକୁ ମିଳିଥିଲା। ଗତ କିଛି ଦିନର ଘଟଣା ଦେଖି କଙ୍ଗନା ରାନାୱତଙ୍କ ମା ଆଶା ଟିକେ ଚିନ୍ତିତ ହୋଇଥିଲେ। ସେ ନିଜ ଝିଅର ସୁରକ୍ଷା ପାଇଁ ମହମୃତ୍ୟୁଞ୍ଜୟ ମନ୍ତ୍ର ୧.୧୫ ଲକ୍ଷ ଥର ପାଠ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଭିଡିଓ ଶେୟାର କରିବାବେଳେ କଙ୍ଗନା କହିଛନ୍ତି- ମା’ ମୋର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଯେଉଁଥିପାଇଁ ସେ ମହମୃତ୍ୟୁଞ୍ଜୟ ମନ୍ତ୍ର ୧.୧୫ ଲକ୍ଷ ଥର ପାଠ ଜପ କରିଥିଲେ, ଏହି କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି, ମୁଁ ମୋର ସମସ୍ତ ପରିବାରକୁ ଧନ୍ୟବାଦ ଦେଉଛି। ହର ହର ମହାଦେବ କାଶୀ ବିଶ୍ୱନାଥ ମହାରାଜ କି ଜୟ ବୋଲି ସେ କହିଛନ୍ତି। ନିକଟରେ କଙ୍ଗନା ପୁଣିଥରେ କରଣ ଜୋହରଙ୍କୁ ଟାର୍ଗେଟ କରିଛନ୍ତି। ସେ କରଣଙ୍କ ଫିଲ୍ମ ଗୁଞ୍ଜାନ ସାକ୍ସେନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share