କଙ୍ଗନା କରୋନା ପଜିଟିଭ୍‌…

ମୁମ୍ବାଇ,୮।୫: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ହେବ ବୋଲି ତାଙ୍କର ଆଶା ନ ଥିଲା। କରୋନା ଭୂତାଣୁ ତାଙ୍କ ଶରୀରରେ ପାର୍ଟି କରୁଥିବା ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିବା ମଜାଳିଆ ଢଙ୍ଗରେ ଟୁଇଟ୍‌ କରିଛନ୍ତି। ଗତ କିଛି ଦିନ ଧରି ତାଙ୍କୁ ଥକ୍କା ଲାଗୁଥିବାବେଳେ ଆଖିରେ ଜଳାପୋଡ଼ା ହେଉଥିଲା। ତେଣୁ ସେ ନମୁନା ପରୀକ୍ଷା କରାଇଥିଲେ। ଏହାର ରିପୋର୍ଟ ପଜିଟିଭ୍‌ ଆସିଥିବା ସେ ପ୍ରକାଶ ପରିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇନେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଏବେ କଙ୍ଗନା ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା କହିଛନ୍ତି।

Share