ସବୁଠାରୁ ଦାମୀ କାର୍ କିଣିଲେ କଙ୍ଗନା, ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ମୁଭି ‘ଧାକଡ’ ରିଲିଜ୍ ହୋଇଛି । ଏଥିରେ କଙ୍ଗନାଙ୍କ ସହ ଅଭିନେତା ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତାଙ୍କୁ ଦେଖିବାକୁ ମିଳିଛି । ହେଲେ ଏବେ କଙ୍ଗନା ତାଙ୍କ ମୁଭିକୁ ନେଇ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଆଉ ଏକ କାରଣକୁ ନେଇ । ଘଟଣା ହେଲା ମୁଭି ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀ ନୂଆ ମର୍ସିଡିଜ-ମେବେଚ ଏସ୍‌୬୮୦ କିଣିଛନ୍ତି ।
ଏହାସହ ସେ ଏହି ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କଙ୍ଗନା ତାଙ୍କ ମା’ ଓ ପରିଜନଙ୍କ ସହ କାର ପାଖରେ ଠିଆ ହୋଇଥିବା ଦେଖାଯାଇଛି । ଆଉ ଏକ ଭିଡିଓରେ କଙ୍ଗନାଙ୍କ ନିକଟରେ ଠିଆ ହୋଇଥିବା ତାଙ୍କ ମା’ ନୂଆ ଗାଡିର ପୂଜା କରୁଛନ୍ତି । ଏହି ସମୟରେ କଙ୍ଗନା ବ୍ଲାକ କଲର ପ୍ରିଣ୍ଟେଡ ଡ୍ରେସ୍ ପିନ୍ଧିଛନ୍ତି ।
ବ୍ଲାକ କଲର ମର୍ସିଡିଜ-ମେବେଚ ଏସ୍‌୬୮୦ର ମାଲିକାଣୀ ଏବେ କଙ୍ଗନା । ବର୍ତ୍ତମାନ ଦେଶରେ ଏହା ସବୁଠାରୁ ଦାମି ମେବେଚ ବୋଲି କୁହାଯାଉଛି । ଏହି ଲକଜରୀ କାରର ମୂଲ୍ୟ ୩.୨୦ କୋଟି ଟଙ୍କା(ଏକ୍ସ ଶୋ’ରୁମ) ରହିଛି ଯାହା ଦେଶରେ ଇମ୍ପୋର୍ଟ କରାଯାଇଛି । ଏସ୍ କ୍ଲାସର ଏହି ଲକଜରୀ କାର ମାର୍ଚ୍ଚରେ ଆସିଥିଲା ଯାହାକୁ ଏବେ ଭାରତରେ ଆସମ୍ବଲ କରାଯାଇଛି ।

Share