Categories: ଖେଳ

ଏହି ପ୍ରସିଦ୍ଧ କ୍ରିକେଟର ଦେଲେ ଖୁସି ଖବର, ଘରକୁ ଆସିଲା ନୂଆ ଅତିଥି

ଅକଲାଣ୍ଡ,୧୬।୧୨: ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କ ଘରେ ନୂଆ ଅତିଥି ଆସିଛି। ୱିଲିୟମସନ ଝିଅର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ସାରା ବୁଧବାର କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ୱିଲିୟମସନ ଇନଷ୍ଟାଗ୍ରାମରେ ଝିଅର କଳା ଏବଂ ଧଳା ଫଟୋ ଶେୟାର କରି ଏହି ଭଲ ଖବର ବିଷୟରେ ସୂଚନା ଦେଇଛନ୍ତି। ଏହି ଫଟୋରେ ୱିଲିୟମସନ ତାଙ୍କ ଝିଅଙ୍କୁ ଜାବୁଡି ଧରିଥିବା ନଜର ଆସିଥିବାବେଳେ ତାଙ୍କ ସ୍ତ୍ରୀ ସାରାଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ୱିଲିୟମସନ ଫଟୋ ଶେୟାର କରିଛନ୍ତି ଯେ ଏହା ଜୀବନର ଅତ୍ୟନ୍ତ ଉତ୍ସାହଜନକ ସମୟ ଏବଂ ଏହା ନିଶ୍ଚିତ ଭାବରେ ମୋ ଜୀବନରେ ମଧ୍ୟ ଏକ ସୁବର୍ଣ୍ଣ ମୁହୂର୍ତ୍ତ। ଆଇସିସି ମଧ୍ୟ ଏହି ଫଟୋ ଶେୟାର କରି ୱିଲିୟମସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share