Categories: ଖେଳ

ପାକିସ୍ତାନ ଅଧିନାୟକଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍‌ରେ ଚମକିବେ ଏହି ଦୁଇ ଖେଳାଳି

ଦୁବାଇ,୧୭।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌। ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ୟୁଏଇ ପହଞ୍ଚିସାରିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଇସିସି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱକପ୍‌ରେ ୨ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। କେନ୍‌ ଓ୍ବିଲିୟମସନ୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଏବଂ ପାକିସ୍ତାନ ବୋଲର୍‌ ହସନ ଅଲି ଚଳିତ ବିଶ୍ୱକପ୍‌ରେ ସଫଳ ହେବେ ବୋଲି ସେ କହିଛନ୍ତି।

ପାକିସ୍ତାନ ଟିମ୍‌ ଟୁର୍ନାମେଣ୍ଟରେ ବିରୋଧି ଟିମ୍‌କୁ ଅସୁବିଧାରେ ପକାଇବ। କାରଣ ୟୁଏଇ ମଇଦାନରେ ପାକିସ୍ତାନ ଟିମ୍‌ ଯେତିକି କ୍ରିକେଟ ଖେଳିଛି, ସେତିକି ଅନୁଭବ ଆଉ କୌଣସି ଟିମ୍‌ର ନାହିଁ। ଏଠାକାର ପରିସ୍ଥିତି ଆମକୁ ଜଣା। ଆମେ ସବୁ କ୍ଷେତ୍ରରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବୁ ବୋଲି ମଧ୍ୟ ବାବର କହିଛନ୍ତି।

Share