Categories: ଖେଳ

ରୁନିଙ୍କ ରେକର୍ଡ ଭାଙ୍ଗିଲେ କେନ୍‌

ନାପଲ୍ସ (ଇଟାଲୀ),୨୫ା୩ (ଏପି): ଇଂଲଣ୍ଡ ଜାତୀୟ ଦଳ ଫୁଟ୍‌ବଲ ତରଫରୁ ସବୁଠାରୁ ଅଧିକ ଗୋଲ୍‌ ସ୍କୋର କରିବାରେ ଓ୍ବେନ ରୁନିଙ୍କ ନାମରେ ରହିଥିବା ରେକର୍ଡକୁ ହ୍ୟାରି କେନ୍‌ ଭାଙ୍ଗି ଦେଇଛନ୍ତି। ଗୁରୁବାର ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମଠାରେ ଇଟାଲୀ ବିପକ୍ଷ ଏକ ୟୁରୋପିଆନ ଚାମ୍ପିୟନଶିପ୍‌ କ୍ୱାଲିଫାୟର୍ସର ପ୍ରଥମମାର୍ଦ୍ଧ ଖେଳ ଶେଷରେ କେନ୍‌ ଏକ ପେନାଲ୍ଟି କିକ୍‌କୁ ଗୋଲରେ ରୂପାନ୍ତରିତ କରିଥିଲେ। ଜାତୀୟ ଦଳ ତରଫରୁ ଏହାଥିଲା ତାଙ୍କର ୫୪ତମ ଗୋଲ୍‌। ରୁନି ୨୦୧୫ରେ ଇଂଲଣ୍ଡ ତରଫରୁ ପଦାର୍ପଣ କରି ୨୦୦୩ରୁ ୨୦୧୮ ପର୍ଯ୍ୟନ୍ତ ଖେଳିଛନ୍ତି।

Share