ଶସ୍ତା ହେଲା କନ୍ଧମାଳ ହଳଦୀ, ଖଲିପତ୍ର

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ)- କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ ହଳଦୀ ଚାଷୀ କ୍ଷତିଗ୍ରସ୍ତ ହୋଇପଡିଛନ୍ତି।
କରୋନା ଯୋଗୁ ହଳଦୀ ମୂଲ୍ୟ ହ୍ରାସ ପାଇଛି। ପୂର୍ବ ବର୍ଷଗୁଡିକରେ ହଳଦୀ କି.ଗ୍ରା. ପ୍ରତି ଦର ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହୁଥିଲା, ଏବେ ତାହା ହ୍ରାସ ପାଇ ୩୫ରୁ ୪୨ ଟଙ୍କାରେ ପହଞ୍ଚତ୍ଲାଣି। ଫଳରେ ଚାଷୀମାନେ ହଳଦୀ ଚାଷରୁ ମୁହଁ ଫେରାଇବା ଭଳି ପରିସ୍ଥିତି ଦେଖାଦେଲାଣି। ପୂର୍ବରୁ ଟିକାବାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଦାରିଙ୍ଗବାଡ଼ିରେ ସପ୍ତାହକୁ ଏକାଧିକ ଥର ଚାଷୀଙ୍କ ଠାରୁ ହଳଦୀ କିଣିବାକୁ ବଜାର ବସୁଥିଲା। ଏବେ ତାହା ବନ୍ଦ କରି ଦିଆଯାଇଛି। ଫଳରେ ଚାଷୀ ଶସ୍ତାରେ ଦଲାଲ୍‌ଙ୍କୁ ବିକ୍ରି କରୁଛନ୍ତି। ସ୍ଥାନୀୟ ହଳଦୀ ବ୍ୟବସାୟୀ ବ୍ରହ୍ମପୁର ଏବଂ କଟକ ମାଲ୍‌ଗୋଦାମ ଉପରେ ନିର୍ଭର କରୁଥିଲେ। ସେଠିକାର ହୋଲ୍‌ସେଲ ବ୍ୟବସାୟୀ ପୂର୍ବଭଳି ହଳଦୀ ଷ୍ଟକ ରଖୁ ନ ଥିବା ଯୋଗୁ ଦର ଶସ୍ତା ହୋଇଥିବା କୁହାଯାଉଛି।
ସେହିପରି ଅଞ୍ଚଳରେ ହଳଦୀ ପରେ ସିଆଳି ଖଲିପତ୍ର ସଂଗ୍ରହ କରି ଜନଜାତି ସମ୍ପ୍ରଦାୟର ଲୋକ ପ୍ରତିପୋଷଣ ହେଉଥିଲେ। ୮୦ ସିଲେଇ ଖଲିପତ୍ରକୁ ଏକ ବିଡା ବନ୍ଧାଯାଇ ତାକୁ ୨୦ ରୁ ୩୦ ଟଙ୍କାରେ ପୂର୍ବରୁ ବିକ୍ରି ହେଉଥିଲା। ଯାହାକି ଏବେ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ ଆଦି ନିଷିଦ୍ଧାଞ୍ଚଳ ଘୋଷଣା ପରେ ବ୍ୟବସାୟୀମାନେ ମାତ୍ର ୧୦ରୁ ୧୩ଟଙ୍କାରେ ବଣ୍ଡଲ କିଣୁଛନ୍ତି। ଫଳରେ ଖଲିପତ୍ର ବିକି ଘର ଚଳାଉବା ଜନଜାତି ଗରିବ ପରିବାର ପାଇଁ କଷ୍ଟକର ହୋଇପଡୁଛି।
ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ଗଞ୍ଜାମ-କନ୍ଧମାଳ ସୀମାରେ କଟକଣା କୋହଳ କରି ଚାଷୀଙ୍କ ଜିନିଷ ବ୍ରହ୍ମପୁର ଏବଂ କଟକରେ ପହଞ୍ଚତ୍ବା ସୁବିଧା କଲେ ଏସବୁ ସାମଗ୍ରୀର ଉଚିତ ଦର ଚାଷୀ ପାଇପାରିବ ବୋଲି ବ୍ୟବସାୟୀ ଏବଂ ଚାଷୀ କହିଛନ୍ତି।
ଏ ନେଇ ସିମନବାଡ଼ି ଅଞ୍ଚଳର ଜଣେ ବ୍ୟବସାୟୀ ଦିଲୀପ କୁମାର ବେହେରା କହିଛନ୍ତି, ଦର କମ୍‌ ରହିଥିଲେ ମଧ୍ୟ ସେ ଏବେ କେଜି ୪୩ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ହଳଦୀ କିଣୁଛନ୍ତି। ଉପର ମାର୍କେଟରେ ଦର ବୃଦ୍ଧି ହେଲେ ସେମାନେ ମଧ୍ୟ ଉଚ୍ଚ ଦରରେ କିଣିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri