ଦାରିଙ୍ଗବାଡ଼ି,୩।୭(ଡି.ଏନ୍.ଏ.): କନ୍ଧମାଳ ଜିଲାରେ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଥିବା ହଳଦୀର ଚାହିଦା ସମଗ୍ର ବିଶ୍ୱରେ ରହିଥିବା ବେଳେ ଏବେ ରଥଯାତ୍ରା ଅବସରରେ ପୁରୀ ଶରଧାବାଲିରେ ଚାଲିଥିବା ମେଳାରେ ଭଲ ବିକ୍ରି ହେଉଛି। କନ୍ଧମାଳ ପ୍ରଶାସନ ସହାୟତାରେ ଦାରିଙ୍ଗବାଡ଼ି ବ୍ଲ୍ଳକର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହଳଦୀ ସହ ତେନ୍ତୁଳି, ସୋରିଷ, ମାଣ୍ଡିଆ ଆଦି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ନେଇ ଉକ୍ତ ମେଳାରେ ବିକ୍ରି କରୁଛନ୍ତି। ସେଠାରେ କନ୍ଧମାଳ ହଳଦୀର ଚାହିଦା ରହିଥିବା ଶୁଭଲକ୍ଷ୍ମୀ ଫୁଡ ଆଣ୍ଡ ସ୍ପାଇସେସ୍ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଝରଣା ସାହୁ କହିଛନ୍ତି। ପୁରୀକୁ ଏବେ ଦୈନିକ ହଜାର ହଜାର ଲୋକ ଆସୁଥିବା ବେଳେ କନ୍ଧମାଳର ସମସ୍ତ ସାମଗ୍ରୀର ଚାହିଦା ଅଧିକ ରହିଛି ା ସୂଚନାଯୋଗ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହଳଦୀ ଗୁଣ୍ଡ ପ୍ରସ୍ତୁତ କରିବା ଲାଗି ପ୍ରଥମେ ହଳଦୀକୁ ଶୁଖାଇ ଚୋପା ବାହାର କରାଯାଏ। ପରେ ତାହାକୁ ଗୁଣ୍ଡ କରି କିଲୋଗ୍ରାମ ଅନୁଯାୟୀ ପ୍ୟାକେଟ କରାଯାଏ। ସେହିପରି ତେନ୍ତୁଳୀରୁ ମଞ୍ଜି ଛଡ଼ାଇ ତାହାକୁ ପ୍ରେସ କରାଯାଇ ପ୍ୟାକେଟ ପ୍ରସ୍ତୁତ ହୁଏ। ସୋରିଷକୁ ମଧ୍ୟ ସଫା କରାଯାଇ ହାଇଜେନିକ ଭାବେ ପ୍ୟାକେଟ କରି ମହିଳା ଗୋଷ୍ଠୀ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳାରେ ବିକ୍ରି କରିଥାନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ରୁରାଲ ଡେଭଲପ୍ମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (ଓଆରଏମ୍ଏଏସ୍) ପକ୍ଷରୁ ମହିଳାମାନଙ୍କୁ ମେଳାରେ କିଭଳି ବିଭିିନ୍ନ ସାମଗ୍ରୀ ବିକ୍ରି କରିବେ ସେ ନେଇ ତାଲିମ ସହ ସମସ୍ତ ସହଯୋଗ କରାଯାଉଛି ା
ମାଙ୍କଡ଼ ମାରି ଇନ୍ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…
ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ,୨୬ା୩(ଅଜିତ କୁମାର ମହାନ୍ତି): ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…
ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ
ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…
ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…
ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର
ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…
ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…
ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ ଆତ୍ମସମର୍ପଣ…
ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…
ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ
ପୁରୀ,୨୩।୩: ବସ୍ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…
Archives

