Categories: କନ୍ଧମାଳ

କନ୍ଧମାଳ: ଦିନକରେ ୭୪ ପଜିଟିଭ ଚିହ୍ନଟ

ଫୁଲବାଣୀ ଅଫିସ, ୬ା୮-କନ୍ଧମାଳ ଜିଲାରେ ଗୁରୁବାର ଗୋଟିଏ ଦିନରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୬୧ ବର୍ଷୀୟ ଏହି ମୃତକ ଜଣକ ଫୁଲବାଣୀ ସହର କେନ୍ଦୁପଦର ଅଞ୍ଚଳର ବୋଲି ଜଣାପଡ଼ିଛି। ଜିଲାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨୪ ମହିଳା ଓ ୫୦ ପୁରୁଷ ଅଛନ୍ତି। ଫୁଲବାଣୀରେ ୫, ଜି.ଉଦୟଗିରିରେ ୭, ଦାରିଙ୍ଗିବାଡିରେ ୧୪, କ. ନୂଆଗାଁରୁ ୮, କୋଟଗଡରୁ ୮, ତୁମୁଡିବନ୍ଧରୁ ୭, ରାଇକିଆରୁ ୧ ଓ ବାଲିଗୁଡା ଅଞ୍ଚଳର ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟର ଓ ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ଭତ୍ତିର୍ର୍ି କରାଯାଇଛି ା ବର୍ତ୍ତମାନ ସୁଦ୍ଧା ଜିଲାରେ ୭୭୨ ସଂକ୍ରମିତ ଚିହ୍ନଟ ହେଲେଣି ା ସେମାନଙ୍କ ମଧ୍ୟରୁ ୪୨୮ ଜଣ ସୁସ୍ଥ ହୋଇସାରିଛନ୍ତି।