ଜିଲାପାଳଙ୍କୁ ଝୁରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ: ସ୍କୁଟିରେ ବୁଲି ଲୋକଙ୍କ ବୁଝୁଥିଲେ ସମସ୍ୟା

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ):କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଝୁରୁଛନ୍ତି ଦାରିଙ୍ଗବାଡିର ଏକାଧିକ ଦୁର୍ଗମ ଅଞ୍ଚଳବାସୀ। ସେ ଆଉ ଅଞ୍ଚଳରେ ଜଣେ ସାଧାରଣ ମଣିଷ ଭଳି ସ୍କୁଟିରେ ବୁଲୁନାହାନ୍ତି। ଲୋକଙ୍କ ସମସ୍ୟା ଶୁଣୁଥିଲେ ସିଧା ଲୋକଙ୍କ ନିକଟକୁ ଯାଉଥିଲେ ହେଲେ ଗତ କିଛି ଦିନ ହେଲା ସେ ଆଉ ସ୍କୁଟି ରେ ଅଚାନକ ପହଞ୍ଚୁ ନ ଥିବା କୁହାଯାଉଛି।

ପ୍ରକାଶ ଯେ, ଗତ ବର୍ଷ ଅଗଷ୍ଟ ମାସରେ ପ୍ରତି ରବିବାର ଜିଲାପାଳ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ। ସେ ଲୋକଙ୍କ ସହ ଜଣେ ସାଧାରଣ ଲୋକଙ୍କ ଭଳି ମିଶୁଥିଲେ ଓ କୃଷି, ଜଳ ସେଚନ, ଜୀବନଜୀବିକା ଉପରେ ଲୋକଙ୍କୁ ସିଧା ଆଲୋଚନା କରି ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ। ସେହିପରି ବିଭିନ୍ନ ଛାତ୍ରାବାସରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସମସ୍ୟା ଓ ସେମାନଙ୍କ ସୁବିଧା ଅସୁବିଧା, ସମ୍ପର୍କରେ ଅବଗତ ହେଉଥିଲେ ଏବେ ସେ ସବୁ ବନ୍ଦ ହୋଇଯାଇଛି । ଜିଲାପାଳ ଦାରିଙ୍ଗବାଡିର ଡାକ ବଙ୍ଗଳାରେ ପହଞ୍ଚି ସେଠାରୁ ବ୍ଲକ କର୍ମଚାରୀଙ୍କ ସ୍କୁଟି ନେଇ ପର୍ଯ୍ୟଟନକ୍ଷେତ୍ର ସମେତ ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଉଥିଲେ। ଫଳରେ ସରକାରୀ କର୍ମଚାରୀ ଚଳଚଞ୍ଚଳ ହେବା ସହ ଲୋକଙ୍କ ଜୀବନଜୀବିକାରେ ପରିବର୍ତ୍ତନ ହେବାରେ ଜିଲାପାଳ ସହାୟକ ହୋଇଥିଲେ। ତେବେ ଦୁର୍ଗମ ସୋନପୁରର ମୁଚୁଡ଼ିପାଙ୍କା ଗ୍ରାମଠାରୁ ଆରମ୍ଭ କରି ପାଙ୍ଗାଲି, ଡବେରୀ ଆଦି ଅଞ୍ଚଳ ସେ ସ୍କୁଟିରେ ଶେଷଥର ପାଇଁ ଗତ ଅଗଷ୍ଟ ୧୯ରେ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ, ଜିଲାପାଳ ଦାରିଙ୍ଗବାଡି ବୁଲିବା ସମୟରେ ପର୍ଯ୍ୟଟନକ୍ଷେତ୍ର ବିଶେଷ କରି ଡୁଲୁରୀ ପାଇନ ବଣରେ ଟ୍ରାକିଂ ଟ୍ରେଲ କରାଯାଇଥିବା ସହ ଦାରିଙ୍ଗବାଡିରେ ଏକାଧିକ ଗ୍ରାମରେ ଜଳ ସେଚନ ବ୍ୟବସ୍ଥା, ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri