ନୂଆ ରୂପ ନେବ କଣ୍ଡାର ବିଟ୍‌ ହାଉସ୍‌

ଢେଙ୍କାନାଳ ଅଫିସ, ୨୯।୯ ୨୦୦୭ ଜାନୁୟାରୀ ୩୧। ଏହିଦିନ ଲାଲ୍‌ବାହିନୀ ନରସଂହାରରେ ରକ୍ତରଞ୍ଜିତ ହୋଇଥିଲା ଢେଙ୍କାନାଳ ଜିଲା ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର କଣ୍ଡାର ବିଟ୍‌ ହାଉସ୍‌। ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ କାର୍ଯ୍ୟାଳୟର ୩ କର୍ମଚାରୀ। ଏହି ଲୋମଟାଙ୍କୁରା ଘଟଣାକୁ ବିତିଗଲାଣି ଦୀର୍ଘ ୧୩ ବର୍ଷ। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଆଉ ମାଓବାଦୀ ଗତିବିଧି ବି ନାହିଁ। ହେଲେ ମାଓବାଦୀ ହିଂସାର ମୂକସାକ୍ଷୀ ପାଲଟିଥିବା ବିଟ୍‌ ହାଉସ୍‌ର କର୍ମଚାରୀଙ୍କ ମନରୁ ଏଯାଏ ଛାଡ଼ିନି ଭୟ। ରାତିରେ କାର୍ଯ୍ୟାଳୟରେ କେହି ରହୁନାହାନ୍ତି, ଯାହା ଚୋରା କାଠ ବ୍ୟବସାୟୀଙ୍କୁ ସୁଯୋଗ ଦେଉଛି। ଅଞ୍ଚଳର ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ମୂଲ୍ୟବାନ କାଠ ଚାଲାଣକୁ ରୋକିବା ଲାଗି ଏହାର ନବକଳେବର କରିବାକୁ ଯୋଜନା କରୁଛି ବନ ବିଭାଗ।
ମାଓବାଦୀ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବିଟ୍‌ ହାଉସ୍‌ ଏକପ୍ରକାର ମୁକୁଳା ପଡ଼ିଛି। ଡ୍ୟୁଟିକୁ ଆସୁଥିବା କର୍ମଚାରୀ ରହୁନାହାନ୍ତି। କାର୍ଯ୍ୟାଳୟ ପରିବର୍ତ୍ତେ ସେମାନେ କଣ୍ଡାର ନିକଟବର୍ତ୍ତୀ ଗ୍ରାମରେ ରହୁଛନ୍ତି। ଏହି ବିଟ୍‌ ହାଉସ୍‌ ଅଧୀନରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ରହିଛି। ହେଲେ ରାତ୍ରିକାଳୀନ ପାଟ୍ରୋଲିଂ ହୋଇପାରୁ ନ ଥିବାରୁ ଘନ ଜଙ୍ଗଲର ଦୁର୍ଗମ ଇଲାକାରୁ ମାଫିଆମାନେ ମୂଲ୍ୟବାନ କାଠ କାଟି ଖିଡ଼କି ଦ୍ୱାର ଏବଂ କଣ୍ଡାର ଦେଇ ପଡ଼ୋଶୀ ଯାଜପୁର ଜିଲାକୁ ଚାଲାଣ କରୁଛନ୍ତି। ଏବେ ଢେଙ୍କାନାଳ-ଯାଜପୁର ସୀମାନ୍ତ ସମେତ କଙ୍କଡ଼ାହାଡ଼ ବ୍ଲକରେ ମାଓବାଦୀ କାର୍ଯ୍ୟକଳାପ ନାହିଁ। ତେଣୁ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଲାଗି ଆବଶ୍ୟକ ବ୍ୟବସ୍ଥା ହୋଇପାରିଲେ ସଂରକ୍ଷିତ ଜଙ୍ଗଲ ସୁରକ୍ଷିତ ହୋଇପାରିବ ବୋଲି ବନ ବିଭାଗ ଚିନ୍ତା କରୁଛି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଦୁଇଟି କଂକ୍ରିଟ୍‌ ପ୍ରକୋଷ୍ଠ ଏବଂ ବାହାର ଆଜବେଷ୍ଟସ୍‌ ବିଶିଷ୍ଟ ଏହି କାର୍ଯ୍ୟାଳୟ ନୂଆ ରୂପ ନେବା ପରେ କର୍ମଚାରୀମାନେ ନିର୍ଭୟରେ ରହିପାରିବେ। ଏଥିଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହାର ଉନ୍ନତୀକରଣ ହେଲେ ପାଖ ଗ୍ରାମରେ ରହୁଥିବା କର୍ମଚାରୀ ବିଟ୍‌ ହାଉସ୍‌ରେ ସୁବିଧାରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri