ନୂଆ ରୂପ ନେବ କଣ୍ଡାର ବିଟ୍‌ ହାଉସ୍‌

ଢେଙ୍କାନାଳ ଅଫିସ, ୨୯।୯ ୨୦୦୭ ଜାନୁୟାରୀ ୩୧। ଏହିଦିନ ଲାଲ୍‌ବାହିନୀ ନରସଂହାରରେ ରକ୍ତରଞ୍ଜିତ ହୋଇଥିଲା ଢେଙ୍କାନାଳ ଜିଲା ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର କଣ୍ଡାର ବିଟ୍‌ ହାଉସ୍‌। ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ କାର୍ଯ୍ୟାଳୟର ୩ କର୍ମଚାରୀ। ଏହି ଲୋମଟାଙ୍କୁରା ଘଟଣାକୁ ବିତିଗଲାଣି ଦୀର୍ଘ ୧୩ ବର୍ଷ। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଆଉ ମାଓବାଦୀ ଗତିବିଧି ବି ନାହିଁ। ହେଲେ ମାଓବାଦୀ ହିଂସାର ମୂକସାକ୍ଷୀ ପାଲଟିଥିବା ବିଟ୍‌ ହାଉସ୍‌ର କର୍ମଚାରୀଙ୍କ ମନରୁ ଏଯାଏ ଛାଡ଼ିନି ଭୟ। ରାତିରେ କାର୍ଯ୍ୟାଳୟରେ କେହି ରହୁନାହାନ୍ତି, ଯାହା ଚୋରା କାଠ ବ୍ୟବସାୟୀଙ୍କୁ ସୁଯୋଗ ଦେଉଛି। ଅଞ୍ଚଳର ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ମୂଲ୍ୟବାନ କାଠ ଚାଲାଣକୁ ରୋକିବା ଲାଗି ଏହାର ନବକଳେବର କରିବାକୁ ଯୋଜନା କରୁଛି ବନ ବିଭାଗ।
ମାଓବାଦୀ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବିଟ୍‌ ହାଉସ୍‌ ଏକପ୍ରକାର ମୁକୁଳା ପଡ଼ିଛି। ଡ୍ୟୁଟିକୁ ଆସୁଥିବା କର୍ମଚାରୀ ରହୁନାହାନ୍ତି। କାର୍ଯ୍ୟାଳୟ ପରିବର୍ତ୍ତେ ସେମାନେ କଣ୍ଡାର ନିକଟବର୍ତ୍ତୀ ଗ୍ରାମରେ ରହୁଛନ୍ତି। ଏହି ବିଟ୍‌ ହାଉସ୍‌ ଅଧୀନରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ରହିଛି। ହେଲେ ରାତ୍ରିକାଳୀନ ପାଟ୍ରୋଲିଂ ହୋଇପାରୁ ନ ଥିବାରୁ ଘନ ଜଙ୍ଗଲର ଦୁର୍ଗମ ଇଲାକାରୁ ମାଫିଆମାନେ ମୂଲ୍ୟବାନ କାଠ କାଟି ଖିଡ଼କି ଦ୍ୱାର ଏବଂ କଣ୍ଡାର ଦେଇ ପଡ଼ୋଶୀ ଯାଜପୁର ଜିଲାକୁ ଚାଲାଣ କରୁଛନ୍ତି। ଏବେ ଢେଙ୍କାନାଳ-ଯାଜପୁର ସୀମାନ୍ତ ସମେତ କଙ୍କଡ଼ାହାଡ଼ ବ୍ଲକରେ ମାଓବାଦୀ କାର୍ଯ୍ୟକଳାପ ନାହିଁ। ତେଣୁ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଲାଗି ଆବଶ୍ୟକ ବ୍ୟବସ୍ଥା ହୋଇପାରିଲେ ସଂରକ୍ଷିତ ଜଙ୍ଗଲ ସୁରକ୍ଷିତ ହୋଇପାରିବ ବୋଲି ବନ ବିଭାଗ ଚିନ୍ତା କରୁଛି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଦୁଇଟି କଂକ୍ରିଟ୍‌ ପ୍ରକୋଷ୍ଠ ଏବଂ ବାହାର ଆଜବେଷ୍ଟସ୍‌ ବିଶିଷ୍ଟ ଏହି କାର୍ଯ୍ୟାଳୟ ନୂଆ ରୂପ ନେବା ପରେ କର୍ମଚାରୀମାନେ ନିର୍ଭୟରେ ରହିପାରିବେ। ଏଥିଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହାର ଉନ୍ନତୀକରଣ ହେଲେ ପାଖ ଗ୍ରାମରେ ରହୁଥିବା କର୍ମଚାରୀ ବିଟ୍‌ ହାଉସ୍‌ରେ ସୁବିଧାରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri