‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା। ତାଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଅନେକ ସାଟେଲାଇଟ୍‌ ଚ୍ୟାନେଲ ବିକଶିତ ହୋଇଥିଲା। ଓଡ଼ିଶାର ସାଟେଲାଇଟ୍‌ ଟେଲିଭିଜନ ଶିଳ୍ପକୁ ନୂଆ ସଂଜ୍ଞା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ରାଜ୍ୟର ପ୍ରଥମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ର ସହପ୍ରତିଷ୍ଠାତା ଭାବେ ସେ ଗୁରୁଦାୟିତ୍ୱ ତୁଲାଉଥିବା ବିଭୁପ୍ରସାଦଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତକାର।

ପ୍ର- ଓଟିଟି ଇଣ୍ଡଷ୍ଟ୍ରି ପ୍ରତି କେବେଠୁ, କାହିଁକି ମନ ବଳାଇଲେ?
ଉ- ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ସାଟେଲାଇଟ୍‌ ଚ୍ୟାନେଲ ବିକାଶ କାର୍ଯ୍ୟକାରିତା ଦିଗରେ ମୁଁ କାର୍ଯ୍ୟ କରିଛି। ତେବେ ଡିଜିଟାଲ ଯୁଗ ଆରମ୍ଭରେ ମୁଁ ଏକ ପୂର୍ଣ୍ଣ ବିକଶିତ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲି। ଲୋକମାନେ ପାରମ୍ପରିକ ଟିଭିରୁ ଡିଜିଟାଲ ପ୍ଲାର୍ଟ୍‌ଫମ ପ୍ରତି ଆକର୍ଷିତ ହେଉଥିବା ମୁଁ ଲକ୍ଷ୍ୟ କରିଥିଲି। ୨୦୨୧ରେ ଅକ୍ଷୟ ପରିଜା ଓ ସି.ଆର୍‌. ନାୟକଙ୍କ ସହ ମୁଁ ସହ ପ୍ରତିଷ୍ଠାତା ଭାବେ ଓଡ଼ିଶାର ପ୍ରଥମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହିଁଥିଲି।

ପ୍ର- କୋଭିଡ୍‌-୧୯ ପରେ ଓଟିଟି ପ୍ଲାଟ୍‌ଫର୍ମର ଚାହିଦା ବଢ଼ିଥିଲା। ଓଡ଼ିଶାରେ ଏହି ସ୍ଥିତି ସମ୍ପର୍କରେ କ’ଣ କହିବେ?
ଉ- ହଁ, କୋଭିଡ୍‌ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଡିଜିଟାଲ ମାଧ୍ୟମର ଚାହିଦା ବେଶ୍‌ ବଢ଼ିଯାଇଛି। କମ୍‌ ଖର୍ଚ୍ଚ, ହାଇସ୍ପିଡ୍‌ ଇଣ୍ଟରନେଟ, ସ୍ମାର୍ଟ୍‌ଫୋନ୍‌ ବ୍ୟବହାର ବୃଦ୍ଧି ଏବଂ ଆଞ୍ଚଳିକ କାହାଣୀକୁ ନେଇ ପ୍ରସ୍ତୁତ କଣ୍ଟେଣ୍ଟ କାରଣରୁ ଏହି ଚାହିଦା ବୃଦ୍ଧି ପାଇଛି। ନେଟ୍‌ଫ୍ଲିକ୍ସ, ପ୍ରାଇମ୍‌ ଭିଡିଓ, ଜିଓ ହଟ୍‌ଷ୍ଟାର ଯଦିଓ ଖୁବ୍‌ ଲୋକପ୍ରିୟତା ସାଉଣ୍ଟିଛି, ଅନୁରୂପ ଭାବେ ‘କଞ୍ଚାଲଙ୍କା’ ମଧ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଆଞ୍ଚଳିକ ଭାଷା, ସଂସ୍କୃତି ଓ ଅନ୍ୟାନ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ଲୋକେ ଏହାକୁ ଗ୍ରହଣ କରୁଛନ୍ତି।

ପ୍ର- ଏକ୍ଷେତ୍ରରେ କେଉଁସବୁ ସମସ୍ୟା ବା ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ?
ଉ- ଦର୍ଶକଙ୍କୁ ସୁହାଇଲା ଭଳି ଭିନ୍ନଧରଣର ମୌଳିକ କାହାଣୀ ଆଧାରିତ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ବର୍ତ୍ତମାନ ଦର୍ଶକଙ୍କ ପାଖରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍‌, ଇଂଲିଶ ଏବଂ କୋରିୟନ୍‌ ଭାଷା ଭଳି ଅନେକ ବିକଳ୍ପ ରହିଛି। ତେଣୁ ବିଶ୍ୱସ୍ତରୀୟ ସ୍ବତନ୍ତ୍ର ଦୃଷ୍ଟିକୋଣକୁ ନେଇ କଣ୍ଟେଣ୍ଟ ପ୍ରସ୍ତୁତ କରି ଦର୍ଶକଙ୍କୁ ବାନ୍ଧିରଖିବାକୁ ପଡ଼ିଥାଏ।

ପ୍ର- ‘କଞ୍ଚାଲଙ୍କା’ର ବର୍ତ୍ତମାନ ସ୍ଥିତି ଓ ଆଗକୁ ଯୋଜନା କ’ଣ ରହିଛି?
ଉ- ଭାରତ ସହ ୧୭ଟି ଦେଶରେ ୧୩ଲକ୍ଷ ଲୋକ ‘କଞ୍ଚାଲଙ୍କା’ ଆପ୍‌ ଇନ୍‌ଷ୍ଟଲ କରିଛନ୍ତି। ସେଥିମଧ୍ୟରୁ ୪.୨୫ ଲକ୍ଷ ଲୋକ ଏହାକୁ ଆକ୍ଟିଭେଟ୍‌ କରିଛନ୍ତି। ଉଭୟ ପ୍ଲେଷ୍ଟୋର୍‌ ଓ ଆପ୍‌ ଷ୍ଟୋର୍‌ରେ ଏହା ଉପଲବ୍ଧ ହେଉଛି। ଏହା ବ୍ୟତୀତ କଞ୍ଚାଲଙ୍କା ଟିଭି ଓଏସ୍‌ ପ୍ଲାଟ୍‌ଫର୍ମ ଆଣ୍ଡ୍ରଏଡ୍‌ ଟିଭି, କ୍ରୋମ୍‌କାଷ୍ଟ, ଆପଲ୍‌ ଟିଭି ଏବଂ ଫାୟାର୍‌ ଟିଭିରେ ମଧ୍ୟ ଉପଲବ୍ଧ ହେଉଛି। ଲୋକଙ୍କ ନିକଟରେ ସହଜରେ ପହଞ୍ଚତ୍ବା ପାଇଁ ଆମେ ସବୁ ପ୍ରୟାସ କରୁଛୁ। ଷ୍ଟ୍ରିମିଂ ହେଉଥିବା ୧୧୮ଟି ଟାଇଟଲ୍‌ ମଧ୍ୟରେ ଓ୍ବେବ୍‌ ସିରିଜ, ମୁଭିଜ୍‌, ଶର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଆଦି ରହିଛି। ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ, ବାରଙ୍ଗ ୧୯୯୯, ଓଖା ଏକ୍ସପ୍ରେସ୍‌, ହେଲୋ ରାବଣ, ଭୁବନେଶ୍ୱର ନାଇଟ୍‌ ଆଦି ଖୁବ୍‌ ପ୍ରଶଂସା ତଥା ଲୋକପ୍ରିୟତା ହାସଲ ହୋଇଛି। ଗ୍ୟାଙ୍ଗସ୍‌ ଅଫ୍‌ ପୁରୀର ସିଜନ୍‌-୨ ଆସନ୍ତା ମାସ ସୁଦ୍ଧା ପ୍ରଦର୍ଶିତ ହୋଇପାରେ। ଚଳିତବର୍ଷ ଶେଷସୁଦ୍ଧା ଦର୍ଶକ ‘ସଚିବ: ଦ ମ୍ୟାନ୍‌ ଇନ୍‌ ଏ ହରି’ ଦେଖିବାକୁ ପାଇବେ।

ପ୍ରଶ୍ନ: ମନୋରଞ୍ଜନ ଶିଳ୍ପରେ ଭବିଷ୍ୟତ ଗଢ଼ିବାକୁ ଚାହଁୁଥିବା ଉଦ୍ୟୋଗୀଙ୍କ ପାଇଁ କିଛି ପରାମର୍ଶ?
ଉ – ଡିଜିଟାଲ ଯୁଗରେ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଉଭୟ ବୈଶ୍ୱିକ ଓ ଗଣତାନ୍ତ୍ରିକ ହୋଇପଡ଼ିଛି। କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଆମର ପ୍ରତିଯୋଗିତା ଲାଗିରହିଛି। ହାତରେ ଗୋଟିଏ ମୋବାଇଲ୍‌ ଫୋନ୍‌ ଥିଲେ ଜଣେ ବ୍ୟକ୍ତିଗତ କଣ୍ଟେଣ୍ଟ କ୍ରିଏଟର୍‌ ମୌଳିକ କାହାଣୀକୁ ନେଇ ବଡ଼ ବଡ଼ ଅନୁଷ୍ଠାନ ସହ ମଧ୍ୟ ମୁକାବିଲା କରିପାରେ। ତେଣୁ ଯୁବ ଉଦ୍ୟୋଗୀମାନେ ସ୍ବତନ୍ତ୍ର ଚିନ୍ତାଧାରା ସହ ଆଞ୍ଚଳିକ କଥାବସ୍ତୁକୁ ନେଇ ଆଗକୁ ବଢ଼ିପାରିବେ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri