‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା। ତାଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଅନେକ ସାଟେଲାଇଟ୍‌ ଚ୍ୟାନେଲ ବିକଶିତ ହୋଇଥିଲା। ଓଡ଼ିଶାର ସାଟେଲାଇଟ୍‌ ଟେଲିଭିଜନ ଶିଳ୍ପକୁ ନୂଆ ସଂଜ୍ଞା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ରାଜ୍ୟର ପ୍ରଥମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ର ସହପ୍ରତିଷ୍ଠାତା ଭାବେ ସେ ଗୁରୁଦାୟିତ୍ୱ ତୁଲାଉଥିବା ବିଭୁପ୍ରସାଦଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତକାର।

ପ୍ର- ଓଟିଟି ଇଣ୍ଡଷ୍ଟ୍ରି ପ୍ରତି କେବେଠୁ, କାହିଁକି ମନ ବଳାଇଲେ?
ଉ- ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ସାଟେଲାଇଟ୍‌ ଚ୍ୟାନେଲ ବିକାଶ କାର୍ଯ୍ୟକାରିତା ଦିଗରେ ମୁଁ କାର୍ଯ୍ୟ କରିଛି। ତେବେ ଡିଜିଟାଲ ଯୁଗ ଆରମ୍ଭରେ ମୁଁ ଏକ ପୂର୍ଣ୍ଣ ବିକଶିତ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲି। ଲୋକମାନେ ପାରମ୍ପରିକ ଟିଭିରୁ ଡିଜିଟାଲ ପ୍ଲାର୍ଟ୍‌ଫମ ପ୍ରତି ଆକର୍ଷିତ ହେଉଥିବା ମୁଁ ଲକ୍ଷ୍ୟ କରିଥିଲି। ୨୦୨୧ରେ ଅକ୍ଷୟ ପରିଜା ଓ ସି.ଆର୍‌. ନାୟକଙ୍କ ସହ ମୁଁ ସହ ପ୍ରତିଷ୍ଠାତା ଭାବେ ଓଡ଼ିଶାର ପ୍ରଥମ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହିଁଥିଲି।

ପ୍ର- କୋଭିଡ୍‌-୧୯ ପରେ ଓଟିଟି ପ୍ଲାଟ୍‌ଫର୍ମର ଚାହିଦା ବଢ଼ିଥିଲା। ଓଡ଼ିଶାରେ ଏହି ସ୍ଥିତି ସମ୍ପର୍କରେ କ’ଣ କହିବେ?
ଉ- ହଁ, କୋଭିଡ୍‌ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଡିଜିଟାଲ ମାଧ୍ୟମର ଚାହିଦା ବେଶ୍‌ ବଢ଼ିଯାଇଛି। କମ୍‌ ଖର୍ଚ୍ଚ, ହାଇସ୍ପିଡ୍‌ ଇଣ୍ଟରନେଟ, ସ୍ମାର୍ଟ୍‌ଫୋନ୍‌ ବ୍ୟବହାର ବୃଦ୍ଧି ଏବଂ ଆଞ୍ଚଳିକ କାହାଣୀକୁ ନେଇ ପ୍ରସ୍ତୁତ କଣ୍ଟେଣ୍ଟ କାରଣରୁ ଏହି ଚାହିଦା ବୃଦ୍ଧି ପାଇଛି। ନେଟ୍‌ଫ୍ଲିକ୍ସ, ପ୍ରାଇମ୍‌ ଭିଡିଓ, ଜିଓ ହଟ୍‌ଷ୍ଟାର ଯଦିଓ ଖୁବ୍‌ ଲୋକପ୍ରିୟତା ସାଉଣ୍ଟିଛି, ଅନୁରୂପ ଭାବେ ‘କଞ୍ଚାଲଙ୍କା’ ମଧ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଆଞ୍ଚଳିକ ଭାଷା, ସଂସ୍କୃତି ଓ ଅନ୍ୟାନ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ଲୋକେ ଏହାକୁ ଗ୍ରହଣ କରୁଛନ୍ତି।

ପ୍ର- ଏକ୍ଷେତ୍ରରେ କେଉଁସବୁ ସମସ୍ୟା ବା ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ?
ଉ- ଦର୍ଶକଙ୍କୁ ସୁହାଇଲା ଭଳି ଭିନ୍ନଧରଣର ମୌଳିକ କାହାଣୀ ଆଧାରିତ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ବର୍ତ୍ତମାନ ଦର୍ଶକଙ୍କ ପାଖରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍‌, ଇଂଲିଶ ଏବଂ କୋରିୟନ୍‌ ଭାଷା ଭଳି ଅନେକ ବିକଳ୍ପ ରହିଛି। ତେଣୁ ବିଶ୍ୱସ୍ତରୀୟ ସ୍ବତନ୍ତ୍ର ଦୃଷ୍ଟିକୋଣକୁ ନେଇ କଣ୍ଟେଣ୍ଟ ପ୍ରସ୍ତୁତ କରି ଦର୍ଶକଙ୍କୁ ବାନ୍ଧିରଖିବାକୁ ପଡ଼ିଥାଏ।

ପ୍ର- ‘କଞ୍ଚାଲଙ୍କା’ର ବର୍ତ୍ତମାନ ସ୍ଥିତି ଓ ଆଗକୁ ଯୋଜନା କ’ଣ ରହିଛି?
ଉ- ଭାରତ ସହ ୧୭ଟି ଦେଶରେ ୧୩ଲକ୍ଷ ଲୋକ ‘କଞ୍ଚାଲଙ୍କା’ ଆପ୍‌ ଇନ୍‌ଷ୍ଟଲ କରିଛନ୍ତି। ସେଥିମଧ୍ୟରୁ ୪.୨୫ ଲକ୍ଷ ଲୋକ ଏହାକୁ ଆକ୍ଟିଭେଟ୍‌ କରିଛନ୍ତି। ଉଭୟ ପ୍ଲେଷ୍ଟୋର୍‌ ଓ ଆପ୍‌ ଷ୍ଟୋର୍‌ରେ ଏହା ଉପଲବ୍ଧ ହେଉଛି। ଏହା ବ୍ୟତୀତ କଞ୍ଚାଲଙ୍କା ଟିଭି ଓଏସ୍‌ ପ୍ଲାଟ୍‌ଫର୍ମ ଆଣ୍ଡ୍ରଏଡ୍‌ ଟିଭି, କ୍ରୋମ୍‌କାଷ୍ଟ, ଆପଲ୍‌ ଟିଭି ଏବଂ ଫାୟାର୍‌ ଟିଭିରେ ମଧ୍ୟ ଉପଲବ୍ଧ ହେଉଛି। ଲୋକଙ୍କ ନିକଟରେ ସହଜରେ ପହଞ୍ଚତ୍ବା ପାଇଁ ଆମେ ସବୁ ପ୍ରୟାସ କରୁଛୁ। ଷ୍ଟ୍ରିମିଂ ହେଉଥିବା ୧୧୮ଟି ଟାଇଟଲ୍‌ ମଧ୍ୟରେ ଓ୍ବେବ୍‌ ସିରିଜ, ମୁଭିଜ୍‌, ଶର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଆଦି ରହିଛି। ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ, ବାରଙ୍ଗ ୧୯୯୯, ଓଖା ଏକ୍ସପ୍ରେସ୍‌, ହେଲୋ ରାବଣ, ଭୁବନେଶ୍ୱର ନାଇଟ୍‌ ଆଦି ଖୁବ୍‌ ପ୍ରଶଂସା ତଥା ଲୋକପ୍ରିୟତା ହାସଲ ହୋଇଛି। ଗ୍ୟାଙ୍ଗସ୍‌ ଅଫ୍‌ ପୁରୀର ସିଜନ୍‌-୨ ଆସନ୍ତା ମାସ ସୁଦ୍ଧା ପ୍ରଦର୍ଶିତ ହୋଇପାରେ। ଚଳିତବର୍ଷ ଶେଷସୁଦ୍ଧା ଦର୍ଶକ ‘ସଚିବ: ଦ ମ୍ୟାନ୍‌ ଇନ୍‌ ଏ ହରି’ ଦେଖିବାକୁ ପାଇବେ।

ପ୍ରଶ୍ନ: ମନୋରଞ୍ଜନ ଶିଳ୍ପରେ ଭବିଷ୍ୟତ ଗଢ଼ିବାକୁ ଚାହଁୁଥିବା ଉଦ୍ୟୋଗୀଙ୍କ ପାଇଁ କିଛି ପରାମର୍ଶ?
ଉ – ଡିଜିଟାଲ ଯୁଗରେ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଉଭୟ ବୈଶ୍ୱିକ ଓ ଗଣତାନ୍ତ୍ରିକ ହୋଇପଡ଼ିଛି। କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଆମର ପ୍ରତିଯୋଗିତା ଲାଗିରହିଛି। ହାତରେ ଗୋଟିଏ ମୋବାଇଲ୍‌ ଫୋନ୍‌ ଥିଲେ ଜଣେ ବ୍ୟକ୍ତିଗତ କଣ୍ଟେଣ୍ଟ କ୍ରିଏଟର୍‌ ମୌଳିକ କାହାଣୀକୁ ନେଇ ବଡ଼ ବଡ଼ ଅନୁଷ୍ଠାନ ସହ ମଧ୍ୟ ମୁକାବିଲା କରିପାରେ। ତେଣୁ ଯୁବ ଉଦ୍ୟୋଗୀମାନେ ସ୍ବତନ୍ତ୍ର ଚିନ୍ତାଧାରା ସହ ଆଞ୍ଚଳିକ କଥାବସ୍ତୁକୁ ନେଇ ଆଗକୁ ବଢ଼ିପାରିବେ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ଘରଡିହ, ସ୍ଥାୟୀ ପଟ୍ଟା ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ବସବାସ କରୁଥିବା ଭୂମିହୀନଙ୍କୁ ଘରଡିହ, ଦଖଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡାକଡି...

ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌

ଜୟପୁର,୨୯।୪(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକ ଗଡପଦର ନିକଟରେ ମଙ୍ଗଳବାର ଏକ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍‌ ଗାଡି ଚାଳକଙ୍କ ସ୍ବାସ୍ଥ୍ୟ ଖରାପ...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାହାଡାଗୁଡ଼ା ଗ୍ରାମ ବୁଲାଣି ରାସ୍ତାକଡରୁ ମଙ୍ଗଳବାର ସକାଳେ ପାଟପୁର ପୋଲିସ ଜଣେ ଯୁବକଙ୍କ...

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଭାରତର ବଡ଼ ଆକ୍ସନ! ଦେଉଥିଲେ ପରମାଣୁ ବୋମାର ଧମକ

ନୂଆଦିଲ୍ଲୀ,୨୯।୪: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି...

ଦନ୍ତା ହାତୀର ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ସନ୍ଦେହ

ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ସୀମାନ୍ତ ମୟୂରଭଞ୍ଜ ଜିଲା ଶାଳଚୁଆ ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ମଙ୍ଗଳବାର ଏକ ଦନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri