ରଥ ଲାଗି କନାମଣ୍ଡଣି ଆରମ୍ଭ

ପୁରୀ ଅଫିସ,୧୮।୬: ରଥକୁ ସୁସଜ୍ଜିତ ପାଇଁ କନାମଣ୍ଡଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ପାରମ୍ପରିକ ଦର୍ଜୀ ସେବକଙ୍କ ତତ୍ତ୍ୱାବଧାନରେ ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି । ରଥର ବତା ଓ ବିଳାଶପଟି ତିଆରିରୁ କନାମଣ୍ଡଣି କାମର ଶୁଭାରମ୍ଭ ହୋଇଛି । ରଥ କନା, କଇଁଚୀ, ସୂତା, ଗଜ ଆଦି ସିଲେଇ ସାମଗ୍ରୀ ଏକାଠି ରଖି ପୂଜା କରାଯାଇ କାମ ଆରମ୍ଭ ହୋଇଥିଲା।