Posted inଫୁରସତ

କନକ ଦୁର୍ଗା ମନ୍ଦିର

ମା’ କନକ ଦୁର୍ଗାଙ୍କୁ ସମର୍ପିତ ଏହି ମନ୍ଦିରଟି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଅବସ୍ଥିତ। ପ୍ରାକୃତିକ ବୈଭବଭରା ଉକ୍ତ ମନ୍ଦିରଟିର ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାରେ ପୂଜା ପାଉଥିବା ମା’ କନକ ଦୁର୍ଗା ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ଦେଶବିଦେଶରୁ ଭକ୍ତଗଣ ମା’ଙ୍କୁ ନିଜର ଗୁହାରି ଜଣାଇବାକୁ ଏଠାକୁ ଧାଇଁ ଆସିଥାନ୍ତି…

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ରହିଛି, ଯାହାର ନାଁ ହେଉଛି କନକ ଦୁର୍ଗା ମନ୍ଦିର। ଏହି ମନ୍ଦିରରେ ମା’ ଦୁର୍ଗାଙ୍କର ଏକ ସ୍ବରୂପ ମାତା କନକ ଦୁର୍ଗାଙ୍କୁ ପୂଜା କରାଯାଇଥାଏ। କୃଷ୍ଣା ନଦୀର ଅବବାହିକାରେ ଥିବା ଇନ୍ଦ୍ରକିଲାଦ୍ରୀ ନାମକ ଏକ ପାହାଡ଼ ଉପରେ ଏହି ମନ୍ଦିରଟିକୁ ନିର୍ମାଣ କରାଯାଇଛି, ତେଣୁ ଏଠାକାର ପ୍ରାକୃତିକ ପରିବେଶ ଲାଗିଥାଏ ବେଶ୍‌ ଆକର୍ଷକ। ତା’ଛଡ଼ା ଏଠାରେ ପୂଜା ପାଉଥିବା ମାତା କନକ ଦୁର୍ଗା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ମା’ଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେବାକୁ ତଥା ନିଜର ମନୋସ୍କାମନା ପୂରଣ କରିବାକୁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଗହଳି ଦେଖିବାକୁ ମିଳିଥାଏ।

ମନ୍ଦିରକୁ ନେଇ ପୌରାଣିକ କଥା
ମା’ଙ୍କର ଏହି ମନ୍ଦିରଟି ଖୁବ୍‌ ପ୍ରାଚୀନ। ମାନ୍ୟତା ରହିଛି ଯେ, ଏଠାରେ ପୂଜା ପାଉଥିବା ମାତା କନକ ଦୁର୍ଗାଙ୍କର ପ୍ରତୀମା ହେଉଛି ସ୍ବୟମ୍ଭୁ। ପୌରାଣିକ କଥା ଅନୁଯାୟୀ, ଦୁଷ୍ଟ ଶକ୍ତିକୁ ବିନାଶି ସଂସାରରେ ଶାନ୍ତି ବଜାୟ ରଖିବା ପାଇଁ ମା’ ଏଠାରେ ଆର୍ବିଭୂତା ହୋଇଥିଲେ। ସେଥିପାଇଁ ମାତା କନକ ଦୁର୍ଗା ଜଣେ ପ୍ରତ୍ୟକ୍ଷ ଠାକୁରାଣୀ। ଭକ୍ତଟିଏ ନିଷ୍ଠାର ସହ ମା’ଙ୍କୁ ଆସି ଏଠାରେ ପୂଜିଲେ କୁଆଡ଼େ ତା’ର ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ତା’ଛଡ଼ା ଏଠାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଇନ୍ଦ୍ରଦେବତା ପ୍ରାୟତଃ ଆସୁଥିବାରୁ ତାଙ୍କରି ନାମାନୁସାରେ ଏହି ପାହାଡଟିର ନାମ ଇନ୍ଦ୍ରକିଲାଦ୍ରୀ ରଖାଯାଇଛି ବୋଲି ମାନ୍ୟତା ଅଛି।

ମନ୍ଦିରର ଗଠନଶୈଳୀ
ମାତା କନକ ଦୁର୍ଗାଙ୍କର ଏହି ମନ୍ଦିରଟି ପାହାଡ ଉପରେ ରହିଥିବାରୁ ଏଠାକାର ପ୍ରାକୃତିକ ପରିବେଶ ବେଶ୍‌ ମନୋରମ ହୋଇଥାଏ। ଏଠାରେ କେବଳ ମା’ଙ୍କୁ ପୂଜା କରାଯାଇଥାଏ ତାହା ନୁହେଁ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ଏଠି ସ୍ବତନ୍ତ୍ର ମନ୍ଦିରର ବ୍ୟବସ୍ଥା ରହିଛି। ତା’ଛଡ଼ା ସବୁଠାରୁ ବଡ଼ ଆକର୍ଷଣ ହେଉଛି ମାତାଙ୍କର ଏହି ମନ୍ଦିରର ଚୁଡ଼ା, ଯାହାକି ଦୂରରୁ ସୁନା ପରି ଚକ୍‌ଚକ୍‌ କରୁଥିବାର ଦେଖାଯାଏ। ଶୁଣିବାକୁ ମିଳେ ଯେ, ଏହି ମନ୍ଦିରକୁ କୁଆଡ଼େ ଭକ୍ତମାନେ ଅନେକ ଟଙ୍କା, ପଇସା, ସୁନାଗହଣା ଆଦି ଦାନ କରିଥାନ୍ତି।

ଦୁଃସାହସିକ ପର୍ଯ୍ୟଟନର ମଜା
ଦୁଃସାହସିକ କ୍ରୀଡ଼ା ପାଇଁ ଏଠାରେ ଅନେକ ସୁବିଧା ରହିଛି। ଖାସ୍‌ କରି ଏହି ମନ୍ଦିରଟି ପାହାଡ ଉପରେ ରହିଥିବାରୁ ଏଠାରେ ଟ୍ରେକିଂ, ହାଇକିଂ ଆଦି ସୁବିଧାରେ କରି ହୋଇଥାଏ। ହେଲେ ବର୍ଷାଦିନେ ଏହି କ୍ରୀଡ଼ା ପାଇଁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଖାସ୍‌ କରି ଦଶହରା ସମୟରେ ଏଠାକୁ ଗଲେ ମନ୍ଦିରର ତଥା ମା’ଙ୍କର ଅପୂର୍ବ ସାଜସୃଙ୍ଗାର ଦେଖିବାର ସୂଯୋଗ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଏଠାକୁ ବସ୍‌ ହେଉ ଅବା ଟ୍ରେନ୍‌ କିମ୍ବା ବିମାନ ଯୋଗେ ଆରାମରେ ଯାଇ ମା’ଙ୍କ ମନ୍ଦିର ନିକଟରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri