କଙ୍ଗନାଙ୍କ ଖୁଲାସା: ମହେଶଙ୍କ ଅସଲି ନାଁ ଅସ୍‌ଲାମ

ମୁମ୍ବାଇ, ୪ା୯:ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୁରୁଣା ଭିଡିଓ ଶେୟାର କରି କଙ୍ଗନା କହିଛନ୍ତି, ମହେଶ ଭଟ୍ଟଙ୍କ ଅସଲି ନା ହେଉଛି ଅସ୍‌ଲାମ। ଏପରି ସୁନ୍ଦର ନାଁକୁ ସେ କାହିଁକି ଲୁଚାଇ ରଖିଛନ୍ତି। ସେ ତାଙ୍କ ପ୍ରକୃତ ନାଁରେ ପରିଚିତ ହେବା କଥା କୌଣସି ଧର୍ମର ପ୍ରତିନିଧିତ୍ୱ କରିବା କଥା ନୁହେଁ। ମହେଶ ଭଟ୍ଟ ସୋନି ରାଜଦାନ୍‌ଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ ବୋଲି କଙ୍ଗନା କହିଛନ୍ତି। ମହେଶ ଦାୟିତ୍ୱହୀନ ଭାବେ ଲୋକଙ୍କୁ ହିଂସା ପାଇଁ ଉସୁକାଉଛନ୍ତି ବୋଲି ତାଙ୍କର ଏକ ପୁରୁଣା ଭିଡିଓ ଜାରି କରି କଙ୍ଗନା ଅଭିଯୋଗ ଆଣିଛନ୍ତି। କଙ୍ଗନା ୨୦୦୬ରେ ମହେଶ ଭଟ୍ଟଙ୍କ ‘ଗ୍ୟାଙ୍ଗଷ୍ଟର’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ‘ଧୋକା’ ପାଇଁ କଙ୍ଗନା ମନା କରିବାରୁ ମହେଶ ତାଙ୍କୁ ମାର୍‌ପିଟ ବୋଲି ୨୦୨୦ରେ ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଥିଲେ। ଏଥିସହ ମହେଶଙ୍କୁ କଙ୍ଗନା ମୁଭି ମାଫିଆ ବୋଲି ମଧ୍ୟ କହିଥିଲେ।

Share