ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିବେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍‌ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ ସଞ୍ଜୟ ଦତ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। କାମ୍ୟା ଟୁଇଟ୍‌ କରି କହିଛନ୍ତି, ମୁଁ ବାପ୍ପାଙ୍କୁ ପ୍ରାର୍ଥନା କରିବି। ଏହି ବର୍ଷ ଗଣେଶ ସ୍ଥାପନା ବାବାଙ୍କ ପ୍ରାର୍ଥନାରେ ପରିପୂର୍ଣ୍ଣ ହେବ। ମୁଁ ଆପଣଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜଳାଇବି। ଦୃଢ ରୁହନ୍ତୁ ଏବଂ ଶୀଘ୍ର ଭଲ ହୋଇଯାନ୍ତୁ। ୧୦ ବର୍ଷ ବୟସରୁ ଆପଣ ମୋର ପ୍ରିୟ। ତୁମର ମନେ ଅଛି ମୁଁ ମେହବୁବ ଷ୍ଟୁଡିଓରେ ତୁମକୁ ଭେଟିଥିଲି, ତୁମକୁ ଏକ ଜିପ୍ପୋ ଉପହାର ଦେଇଥିଲି ବୋଲି କାମ୍ୟା କହିଛନ୍ତି। ଏହା ବ୍ୟତୀତ କାମ୍ୟା ସଞ୍ଜୟ, ସୁନୀଲ ଏବଂ ନର୍ଗିସଙ୍କ ଫଟୋ ସେୟାର କରି ଲେଖିଥିଲେ – ଗଣପତି ବାପ୍ପା ଆପଣଙ୍କୁ ଯୁଦ୍ଧରେ ଜିତି ଫେରିବା ପାଇଁ ସାହସ ଦିଅନ୍ତୁ। ତୁମର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା।
ଅଗଷ୍ଟ ୮ରେ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କର ଏକ କରୋନା ପରୀକ୍ଷା ମଧ୍ୟ ହୋଇଥିଲା, ଯାହାର ରିପୋର୍ଟ ନେଗେଟିଭ୍‌ ଥିଲା। ପରେ ତାଙ୍କର ଫୁସଫୁସ କ୍ୟାନସର ହୋଇଥିବା ଜଣାପଡିଥିଲା।

Share