Posted inଜାତୀୟ

କାମି ରୀତାଙ୍କ ବିଶ୍ୱ ରେକର୍ଡ

କାଠମାଣ୍ଡୁ, ୨୪ା୫: ବର୍ଷୀୟାନ ପର୍ବତାରୋହୀ କାମି ରୀତା ଶେର୍ପା ମଙ୍ଗଳବାର ୨୮ତମ ଥର ଏଭେରେଷ୍ଟ ଆରୋହଣ କରି ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସର୍ବାଧିକ ଥର ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରିବାରେ ଏହା ବିଶ୍ୱ ରେକର୍ଡ। ପର୍ବତାରୋହୀମାନଙ୍କ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ୫୩ ବର୍ଷୀୟା କାମି ରୀତା ମଙ୍ଗଳବାର ସକାଳ ୯ଟା ୨୦ ମିନିଟ ସମୟରେ ଏଭେରେଷ୍ଟର ୮୮୪୮.୮୬ ମିଟର ଉଚ୍ଚରେ ପହଞ୍ଚତ୍ଥିଲେ। ଉକ୍ତ ପର୍ବତାରୋହଣ ଅଭିଯାନ ଆୟୋଜନ କରିଥିବା ସେଭେନ୍‌ ସମିଟ୍‌ ଟ୍ରେକ୍‌ ଏକ୍ସପେଡିଶନ ମ୍ୟାନେଜର ଛାଙ୍ଗ ଦାଓ୍ବା ଶେର୍ପା ଏହି ସୂଚନା ଦେଇଛନ୍ତି। ଚଳିତ ମାସରେ କାମି ରୀତା ଦୁଇଥର ଏଭେରେଷ୍ଟ ଆରୋହଣ କରିଛନ୍ତି। ଗତ ୧୭ ତାରିଖରେ ସେ ୨୭ତମ ଥର ଏହି ସଫଳତା ହାସଲ କରିଥିଲେ। ସୋମବାର ଅନ୍ୟତମ ଶେର୍ପା ଗାଇଡ୍‌ ପାସାଙ୍ଗ ଦାଓ୍ବା ୨୭ତମ ଏଭରେଷ୍ଟ ଆରୋହଣ କରିଥିଲେ।
ପୂର୍ବ ନେପାଳର ସୋଲୁଖୁମ୍ବୁ ଜିଲା ବାସିନ୍ଦା କାମି ରୀତା ପ୍ରଥମେ ୧୯୯୪ ମେ’ ୧୩ରେ ଏଭେରେଷ୍ଟରେ ପହଞ୍ଚତ୍ଥିଲେ। କାଠମାଣ୍ଡୁସ୍ଥିତ ସେଭେନ୍‌ ସମିଟ୍‌ ଟ୍ରେକ୍ସରେ ସେ ବରିଷ୍ଠ ଆରୋହଣ ଗାଇଡ୍‌ ଭାବେ କାର୍ଯ୍ୟ କରନ୍ତି। ସେ ଏଭେରେଷ୍ଟ ବ୍ୟତୀତ ମାଉଣ୍ଟ କେ୨, ମାଉଣ୍ଟ ଲୋଟ୍‌ସେ, ମାଉଣ୍ଟ ମାନାସ୍ଲୁ ଏବଂ ମାଉଣ୍ଟ ଚୋ ଓୟୁ ଆରୋହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri