Posted inଜାତୀୟ

ମହିଳା ମନ୍ତ୍ରୀଙ୍କ ଅପମାନ ସହି ପାରିଲେନି ଶିବରାଜ

ଭୋପାଳ,୧୯ ।୧୦: ମଧ୍ୟପ୍ରଦେଶରେ ୨୫ରୁ ଊର୍ଦ୍ଧ୍ୱ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାପରେ ଜଣାପଡିବ ଶାସନ ଭାର କାହା ହାତରେ ରହିବ । ଏହି ଉପନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ରାଜନେତାମାନେ ମର୍ଯ୍ୟାଦା ଭୁଲି ଯାଇଥିବା ଦେଖାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଭାଜପା ପ୍ରାର୍ଥୀ ଇମରତି ଦେବୀଙ୍କୁ ଆଇଟମ କହିଥିବା ବେଳେ କଂଗ୍ରେସ ନେତା ଅଜୟ ସିଂ ଜଲେବି ବୋଲି କହିଛନ୍ତି । ଏହାପରେ ଏବେ ରାଜ୍ୟରେ ରାଜନୀତିର ପାରଦ ଉପରକୁ ଉଠିଯାଇଛି । ମହିଳା ମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଅପମାନ କରାଯାଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ମୌନ ବ୍ରତ ରଖିବେ ବୋଲି କହିଛନ୍ତି । ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟ ନିଜ ପ୍ରାର୍ଥୀଙ୍କ ପ୍ରତି ହୋଇଥିବା ଅପମାନ ପାଇଁ ରାଜ୍ୟ ସାରା ୨ ଘଣ୍ଟାର ମୌନ ଧାରଣା ଦେବ ବୋଲି କହିଛି । ଇନ୍ଦୋରରେ ଏହି ଧାରଣାର ନେତୃତ୍ୱ ନେବେ ରାଜ୍ୟ ସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଶିବରାଜ କହିଛନ୍ତି ଏହା କେବଳ ଇମରତି ଦେବୀଙ୍କର ନୁହେଁ ବରଂ ରାଜ୍ୟର ସମସ୍ତ ଝିଅ, ଭଉଣୀଙ୍କ ଅପମାନ । କମଲନାଥ ଜଣେ ନାରୀଙ୍କ ଉଦ୍ଦେଶ୍ୟରେ ଯେଉଁ ଅଭଦ୍ର ଟିପ୍ପଣି ଦେଇଛନ୍ତି ଏଥିପାଇଁ ସେ ଲଜ୍ୟା ଅନୁଭବ କରିବା କଥା । ଭାରତ ଏମିତି ଏକ ଦେଇ ଯେଉଁଠାରେ ଦ୍ରୌପଦିଙ୍କ ଅପମାନ ହେବାରୁ ମହାଭାରତ ସୃଷ୍ଟି ହୋଣ ଥିଲା । ତେଣୁ କମଲନାଥଙ୍କ ଏଭଳି ଟିପ୍ପଣିକୁ ଲୋକେ ବରଦାସ୍ତ କରିବେ ନାହିଁ ବୋଲି ଶିବରାଜ କହିଛନ୍ତି । ମାୟବତି ମଧ୍ୟ କମଲନାଥଙ୍କ ଟିପ୍ପଣିର ନିନ୍ଦା କରିଛନ୍ତି । ଏଥିପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ୨୦୨୧: ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ, ବଢିପାରେ ମୋବାଇଲ ଦାମ୍‌

ନୂଆଦିଲ୍ଲୀ,୧ ।୨: ମୋବାଇଲ୍ ଫୋନ୍ ପାର୍ଟସ ଏବଂ ଚାର୍ଜର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ଥାନୀୟ ମୂଲ୍ୟ...

ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଏନ୍‌ସି ନେତା

ଶ୍ରୀନଗର,୭ା୧୦(ପି.ଟି.): ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଏବଂ ଓମାର ଅବ୍‌ଦୁଲ୍ଲାଙ୍କୁ ରବିବାର ତାଙ୍କ ଦଳର...

ଦେଶର ୫.୭ କୋଟି ଲୋକ ଫଙ୍ଗାଲ ସମସ୍ୟାରେ ପୀଡିତ…

ନୂଆଦିଲ୍ଲୀ,୫।୧ : ଦେଶର ୫.୭ କୋଟି ଜନସଂଖ୍ୟା ଗୁରୁତର ଫଙ୍ଗାଲ ସମସ୍ୟାରେ ପୀଡିତ। ଦେଶର ବିଭିନ୍ନ ମେଡିକାଲ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ସମୀକ୍ଷା ଅଧ୍ୟୟନରେ...

ପୁତ୍ର ସନ୍ତାନ ଜନ୍ମ ଦେଲେ ୧୨ ବର୍ଷୀୟା ବାଳିକା

ଯୋଧପୁର,୨୯।୧୨: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୧୧ ବର୍ଷ ୭ ମାସର ବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହସ୍ପିଟାଲରେ...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଚଳିତ ବର୍ଷ ସବୁଠାରୁ ବଡ଼ ସିଲିଣ୍ଡର ବିସ୍ଫୋରଣର ହୃଦୟ ବିଦାରକ ଘଟଣା ଗୁରୁବାର ଶେରଗଡର ଭୁଙ୍ଗରା ଗ୍ରାମରେ ଏକ ବିବାହ ଉତ୍ସବରେ...

୩୦ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ...

ଘନଉଛି ଶିଶୁ ଅପପୁଷ୍ଟି ସଙ୍କଟ

ନୂଆଦିଲ୍ଲୀ, ୯ା୫(ଆଇଏଏନ୍‌ଏସ୍‌) : କରୋନାର ଘାତକ ଦ୍ୱିତୀୟ ଲହର ଆଗକୁ ଭାରତ ପାଇଁ ଆହୁରି ମାରାତ୍ମକ ସ୍ଥିତି ସୃଷ୍ଟି କରିବ। ବିଶେଷକରି ୫ ବର୍ଷରୁ କମ୍‌...

Advertisement
Archives

Model This Week