ଉଦ୍ଧାର ହେଲେ କମଲା ହାରିସ୍‌ଙ୍କ ସ୍ବାମୀ

ଓ୍ବାଶିଂଟନ୍‌, ୧୦ା୨: ଓ୍ବାଶିଂଟନ୍‌ର ଡନ୍‌ବାର୍‌ ହାଇସ୍କୁଲ ବିଲ୍ଡିଂରେ ବୋମା ଖଞ୍ଜାଯାଇଥିବା ସୂଚନା ମିଳିବା ପରେ ସେଠାରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସ୍ବାମୀ ଡଗ୍‌ଲସ୍‌ ଏମ୍‌ହଫ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ଉକ୍ତ ସ୍କୁଲରେ ଆଫ୍ରିକୀୟ ଆମେରିକୀୟ ଇତିହାସ ସହ ଜଡ଼ିତ ‘ବ୍ଲାକ୍‌ ହିଷ୍ଟ୍ରି ମନ୍ଥ୍‌’ ପାଳନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ସେକେଣ୍ଡ ଜେଣ୍ଟଲମ୍ୟାନ୍‌ ଡଗ୍‌ଲସ୍‌ ଯୋଗଦେବାକୁ ଯାଉଥିବାବେଳେ ସିକ୍ରେଟ ସର୍ଭିସକୁ ବୋମା ରଖାଯାଇଥିବା ବାବଦରେ ସୂଚନା ମିଳିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ସେଠାରୁ ସ୍ଥାନାନ୍ତର କରିନେଇଥିଲେ। ଏଥିସହ ସେଠାରେ ଥିବା ଲୋକଙ୍କୁ ମଧ୍ୟ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଥିଲା। ତେବେ ବୋମା ବାବଦରେ ସବିଶେଷ ତଥ୍ୟ ସରକାର କିମ୍ବା ପୋଲିସ ପକ୍ଷରୁ ସାର୍ବଜନୀନ କରାଯାଇନାହିଁ।

Share