ମଡର୍ନା ନେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ବୁଧବାର କୋଭିଡ୍‌ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ କମଲା ଭାକ୍ସିନ ନେବା ଦୃଶ୍ୟର ସିଧାପ୍ରସାରଣ କରାଯାଇଥିଲା। ହାରିସ୍‌ଙ୍କ ସହ ତାଙ୍କ ସ୍ବାମୀ ଡଗ୍‌ ଏମହଫ୍‌ ମଧ୍ୟ ମଡର୍ନା ଟିକା ନେଇଛନ୍ତି। ଗତ ୨୧ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପତ୍ନୀ ଫାଇଜର ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।

Share