ଉପରାଷ୍ଟ୍ରପତି ପଦରେ ମୁଁ ପ୍ରଥମ ମହିଳା କିନ୍ତୁ ଶେଷ ନୁହେଁ: କମଲା

ୱାଶିଂଟନ,୮ ।୧୧: ଆମେରିକାର ୪୬ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ସରିଥିବା ବେଳେ ଫଳାଫଳ ବି ଆସି ଯାଇଛି । ଏଥିରେ ଡେମୋକ୍ରାଟିକ୍ ପାର୍ଟିର ଜୋସେଫ ଆର୍ ବାଇଡେନ୍ ବା ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟଲାଭ କରିବା ପରେ ହାରିସ୍ କହିଛନ୍ତି ଏହା ମହିଳାଙ୍କ ପାଇଁ କେବଳ ଏକ ଆରମ୍ଭ ମାତ୍ର । କାରଣ ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିବାରେ କମଲା ହେଉଛନ୍ତି ପ୍ରଥମ ମହିଳା । ହାରିସ୍ ଡୋଲାବେୟରରେ ଏକ ବିଜୟ ରାଲିକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ଯଦିଓ ଏହି ପଦରେ ପହଞ୍ଚିବାରେ ମୁଁ ପ୍ରଥମ ମହିଳା ହେଲେ ଶେଷ ନୁହେଁ । ଆଜି ଦେଖାଯାଉଥିବା ଗୋଟିଏ ଛୋଟ ଝିଅ ବି ଲାଗୁଛି ସେ ଦେଶର ଆଗାମୀ ସମ୍ଭାବନା । ଆମେରିକାବାସୀ ଏକ ନୂଆ ଦିନର ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମ ଲୋକତନ୍ତ୍ରର ରକ୍ଷା ପାଇଁ ସଂଘର୍ଷ ହୋଇଥାଏ, ବଳିଦାନ ହୁଏ ହେଲେ ଏଥିରେ ଆନନ୍ଦ ଓ ପ୍ରଗତି ବି ଥାଏ । କାରଣ ଆମ ଦେଶ ନିକଟରେ ଭଲ ଭବିଷ୍ୟତ ଗଢିବାକୁ ଶକ୍ତି ରହିଛି ।

Share