ବାଇଡେନ୍‌ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍‌…

ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍‌ ଏବଂ ତାଙ୍କ ସ୍ତ୍ରୀ ୨୦୨୦ ବର୍ଷରେ ଯେତିକି ଆୟ କରିଛନ୍ତି ତାହାଠାରୁ ଅଧିକ କମଲା ଏବଂ ତାଙ୍କ ସ୍ବାମୀ ଆୟକର ବାବଦରେ ପୈଠ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ରିପୋର୍ଟ ଅନୁସାରେ ବାଇଡେନ୍‌ଙ୍କ ଆୟ ୨୦୨୦ରେ ୬,୦୭,୩୩୬ ଡଲାର ଥିଲା। ଏହା ୨୦୧୯ରେ ହୋଇଥିବା ୯,୮୫,୨୨୩ ଡଲାର ତୁଳନାରେ ଯଥେଷ୍ଟ କମ୍‌। ବାଇଡେନ୍‌ ୨୦୨୦ରେ ମୋଟ ୧,୫୭,୪୧୪ ଡଲାର ଆୟକର ଦେଇଛନ୍ତି। ୨୦୨୦ରେ କମଲାଙ୍କ ଆୟ ୧୬,୯୫,୨୨୫ ଡଲାର ଥିଲା। ଆୟକର ବାବଦରେ ସେ ୬,୨୧,୮୯୩ ଡଲାର ପୈଠ କରିଛନ୍ତି, ଯାହାକି ବାଇଡେନ୍‌ଙ୍କ ଆୟଠାରୁ ଅଧିକ ରହିଛି। ବାଇଡେନ୍‌ ଦାତବ୍ୟ ଅନୁଷ୍ଠାନକୁ ୩୦, ୭୦୪ ଡଲାର ଦାନ କରିଥିବାବେଳେ କମଲା ୨୭,୦୦୬ ଡଲାରର ଦାନ ଦେଇଛନ୍ତି।

Share