Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲନାଥ

ନୂଆଦିଲ୍ଲୀ,୩୧ା୧୦: ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଯିବା ପରେ ବରିଷ୍ଠ କଂଗ୍ରେସ ନେତା କମଲନାଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଯୋଗୁ ଶୁକ୍ରବାର ନିର୍ବାଚନ କମିଶନ କମଲନାଥଙ୍କ ଷ୍ଟାର୍‌ କ୍ୟାମ୍ପେନର ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ ଶନିବାର କମଲନାଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କମଲନାଥଙ୍କ ପକ୍ଷରୁ ବରିଷ୍ଠ ରାଜ୍ୟସଭା ଏମ୍‌ପି ବିବେକ ତିଙ୍କା ଏହି ମାମଲା ଲଢୁଛନ୍ତି । ସୂଚନାଯୋଗ୍ୟ, ଭାଜପା ନେତ୍ରୀ ଇମର୍ତ୍ତି ଦେବୀଙ୍କୁ ଆଇଟମ ସମ୍ବୋଧନ କରି କମଲନାଥ ବିବାଦ ଘେରକୁ ଆସିଥିଲେ।

Share