Categories: ଜାତୀୟ

ଭାଜପା ଟଙ୍କା ଦେଲେ ନେଇଯାଅ ହେଲେ ଭୋଟ ଦିଅନି: କମଲନାଥ

ଭୋପାଳ,୧ ।୧୧: ମଧ୍ୟପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ । ରବିବାର ହେଉଛି ପ୍ରଚାରର ଶେଷ ଦିନ । ଏହାପରେ ଶାସକ ବିରୋଧିଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ବନ୍ଦ ହୋଇଯିବ । ହେଲେ ଏହା ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଯେଉଁ କଥା କହିଛନ୍ତି ତାକୁ ନେଇ ଏବେ ଆଲୋଚନା ଚାଲିଛି । ଶନିବାର ସେ ଅଗେର ମାଲୱାରେ ଏକ ରାଲିକୁ ସମ୍ବୋଧନ ଦେବାସହ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ । ଏହି ମସୟରେ ସେ କହିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ବିକ୍ରି ହୋଇ ପାରନ୍ତି ହେଲେ ମଧ୍ୟପ୍ରଦେଶର ଭୋଟର ନୁହେଁ । ତେଣୁ ଭାଜପା ଯଦି ଟଙ୍କା ଦେଉଛି ତାହା ନେଇ ଆସନ୍ତୁ ହେଲେ ଯିଏ ଶାସନ ଭାର ସମ୍ଭାଳି ପାରିବ ତଥା ଆପଣଙ୍କୁ ଯିଏ ଠିକ୍ ଲାଗୁଛି ତାକୁ ଭୋଟ ଦିଅନ୍ତୁ ବୋଲି କମଲନାଥ ଭୋଟରଙ୍କୁ କହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ କମଲନାଥ ଭାଜପାର ଜଣେ ମହିଳା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଇଟମ ବୋଲି ଟିପ୍ପଣି କରି ଅଡୁଆସେ ଫସି ଯାଇଥିଲେ । ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଭାଜପା ଅଭିଯୋଗ କରିବା ପରେ କମଲନାଥଙ୍କୁ ଷ୍ଟାର ପଚାରକ ତାଲିକାରୁ ବାଦ୍ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ସେ ଆରଚଣ ସଂହିତାର ଉଲ୍ଲଂଘନ କରିଥିବା ଦର୍ଶାଯାଇଥିଲା ।

Share