Categories: ଜାତୀୟ

୨୦୨୪ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଚେହେରା: କମଲନାଥ

ଭୋପାଳ,୩୧ ।୧୨: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି । ଏହାସହ ଶୁକ୍ରବାର କମଲନାଥ କହିଛନ୍ତି ୨୦୨୪ ଲୋକ ସଭା ନିବାଚନରେ ସେ ବିରୋଧି ଚେହେରା ନୁହେଁ, ବରଂ ପ୍ରଧାନମନ୍ତ୍ରୀ ପଦର ଚେହେରା ହେବେ । ଇମେଲ ମାଧ୍ୟମରେ ଏକ ମିଡିଆ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି, ରାହୁଲ ଗାନ୍ଧୀ ଆସନ ଲୋଭରେ ନୁହେଁ, ବରଂ ଜନତାଙ୍କ ରାଜନୀତି କରୁଛନ୍ତି, ଏମିତି ନେତାଙ୍କୁ ଦେଶର ଜନତା ଆପଣାଛାଏଁ ସିଂହାସନରେ ବସାଇ ଦିଅନ୍ତି । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କମଲନାଥ କହିଛନ୍ତି, ୨୦୨୪ ନିର୍ବାଚନରେ ରାହୁଲ ଗାନ୍ଧୀ କେବଳ ବିରୋଧି ଦଳର ଚେହେରା ନୁହେଁ ବରଂ ପ୍ରଧାନମନ୍ତ୍ରୀ ଚେହେରା ହେବେ ।
କମଲନାଥ କହିଛନ୍ତି ବିଶ୍ୱ ଇତିହାସରେ ୩୫୦୦ କିଲୋମିଟରରୁ ଅଧିକ ପଦଯାତ୍ରା କୌଣସି ବ୍ୟକ୍ତି କରି ନାହାନ୍ତି । ଭାରତ ଭଳି ଦେଶ ପାଇଁ ଏମିତି ତ୍ୟାଗ କୌଣସି ପରିବାର କରିନାହିଁ ଯାହା ଗାନ୍ଧୀ ପରିବାର କରିଛି । ରାହୁଲ ଗାନ୍ଧୀ ଶାସନର ରାଜନୀତି କରୁ ନାହାନ୍ତି, ସେ ଜନତାଙ୍କ ରାଜନୀତି କରୁଛନ୍ତି ।

Share