Categories: ଜାତୀୟ

ଷ୍ଟାର ପ୍ରଚାରକ ତାଲିକାରୁ କମଲନାଥ ବାଦ୍‌

ନୂଆଦିଲ୍ଲୀ, ୩୧ା୧୦: ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ନିର୍ବାଚନ ଆୟୋଗ ବାଦ୍‌ ଦେଇଛନ୍ତି। ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ୨୮ ବିଧାନସଭା ଆସନ ଲାଗି ୩ରେ ଉପନିର୍ବାଚନ କରାଯାଉଥିବାବେଳେ କମଲନାଥ ପ୍ରଚାର ବେଳେ ଇସିଙ୍କ ଗାଇଡ୍‌ଲାଇନ୍‌ ମାନି ନ ଥିବା କୁହାଯାଇଛି। ସେ ଏହାକୁ ଅମାନ୍ୟ କରି ପ୍ରଚାର କଲେ, ତାଙ୍କର ଗସ୍ତ, ରହିବା ଖର୍ଚ୍ଚ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ନିଜେ ବହନ କରିବେ। ପ୍ରକାଶଥାଉ କି, କମଲନାଥ ଭାଜପାର ମହିଳା ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ୍‌’ ବୋଲି କହିବା ପରେ ବିବାଦ ଉପୁଜିଥିଲା।

Share