Categories: ଜାତୀୟ

‘୩ ମାସ ଭିତରେ କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୩୧।୩: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ପରାଜୟ ପରେ ଦଳରେ ଜି୨୩ ନେତାଙ୍କ ସକ୍ରିୟତା ବୃଦ୍ଧି ପାଇଛି। ଜି୨୩ ନେତାମାନେ ଦଳର ନେତୃତ୍ୱ ଉପରେ କ୍ରମାଗତ ପ୍ରଶ୍ନ କରୁଛନ୍ତି। ଏବେ କଂଗ୍ରେସ ନେତା କମଲ ନାଥ ଦାବି କରିଛନ୍ତି, ଜି୨୩ ନେତାଙ୍କ ସମସ୍ତ ଦାବି ଗ୍ରହଣ କରାଯାଇଛି ଏବଂ ତିନିମାସ ମଧ୍ୟରେ ଦଳରେ ଏକ ବଡ ପରିବର୍ତ୍ତନ ଆସିବ। ଜି୨୩ରେ ଥିବା ସମସ୍ତ ଲୋକ ଆମର ପାର୍ଟିର ଏବଂ ଆମର ଭଲ ବନ୍ଧୁ ଅଟନ୍ତି।
ସୂଚନାଯୋଗ୍ୟ, ଜି୨୩ ଗୋଷ୍ଠୀ କିଛି ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ନେଇ ଗଠିତ। ସେମାନେ ଦଳର ସାଂଗଠନିକ ସ୍ତରରେ ପରିବର୍ତ୍ତନ ଦାବି କରୁଛନ୍ତି।

Share