Categories: ଜାତୀୟ

ଶିବଙ୍କ ଆଗରେ କମଲ ନଇଁବା ନିଶ୍ଚିତ: ସଙ୍କଟ ମୁକ୍ତ ଭାଜପା ସରକାର

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମ୍ମୁଖରେ କଂଗ୍ରେସର କମଲନାଥଙ୍କୁ ନିଶ୍ଚିତ ନଇଁବାକୁ ପଡ଼ିବ ବୋଲି ପ୍ରାଥମିକ ଫଳାଫଳରୁ ଜଣାପଡୁଛି। ରାଜ୍ୟରେ ଉପ ନିର୍ବାଚନ ହୋଇଥିବା ୨୮ଟି ଆସନ ମଧ୍ୟରୁ ଭାଜପା ୧୮ ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୮ଟି ଆସନରେ ଆଗୁଆ ରହିଛି। ଶିବରାଜଙ୍କ ସରକାର ୮ଟି ଆସନ ପାଇଲେ ବିଧାନସଭାରେ ଶାସକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସକ୍ଷମ ହେବ। ରାଜ୍ୟର ମୋଟ ବିଧାନସଭା ଆସନ ୨୩୦ରୁ ଏବେ ୨୨୯କୁ ଖସିଆସିଛି। ଫଳରେ କୁହୁକ ସଂଖ୍ୟା ପୂର୍ବରୁ ୧୧୬ ବଦଳରେ ଏବେ ୧୧୫ ରହିଛି। ପ୍ରାଥମିକ ପଯର୍ର୍‌ୟାୟ ଭୋଟ ଗଣତିରେ ଶିବରାଜଙ୍କ ସରକାର ସଙ୍କଟ ମୁକ୍ତ ହେବେ ବୋଲି ଜଣାପଡ଼ିଛି।

Share