ଆରଏସଏସରେ ଯୋଗ ଦେବେ କମଲ ଖାନ

ମୁମ୍ବାଇ,୨୯।୯: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ ତାଙ୍କ ଟୁଇଟ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ବିବାଦୀୟ ଟୁଇଟ୍‌ ଯୋଗୁ ସେ ଗିରଫ ମଧ୍ୟ ହୋଇଛନ୍ତି। ଏବେ ସେ ଏକ ନୂଆ ଟୁଇଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ଆରଏସଏସରେ ଯୋଗଦେବାକୁ ଯାଉଛନ୍ତି ବୋଲି ଟୁଇଟ୍‌ କରି କହିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି- ଏହା ଚୂଡାନ୍ତ ଏବଂ ନିଶ୍ଚିତ, ମୁଁ ଖୁବଶୀଘ୍ର ଆରଏସଏସରେ ଯୋଗଦେବାକୁ ବିଧିବଦ୍ଧ ଭାବେ ନାଗପୁର ଯିବି।
ନିକଟରେ କେଆରକେ ଫିଲ୍ମ ସମୀକ୍ଷା କରିବେ ନାହିଁ ବୋଲି ଘୋଷଣା କରିଥିଲେ। ଶେଷ ଫିଲ୍ମ ଭାବେ ସେ ‘ବିକ୍ରମ ବେଦ’ର ସମୀକ୍ଷା କରିବେ। ନିକଟରେ ବିବାଦୀୟ ଟୁଇଟ୍‌ ହେତୁ କେଆରକେଙ୍କୁ ଗିରଫ କରାଯାଇଥିଲା। ସେ ପ୍ରାୟ ୧୦ ଦିନ ଜେଲରେ ଥିଲେ। ପରେ ଜାମିନ ପାଇଁ ଘରକୁ ଫେରିଥିଲେ।

Share