‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’

ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ ପକାଇ ଦେଇଛି ବିକ୍ରମ । ଏହି ଫିଲ୍ମଟି ଏବେ ୩୦୦ କୋଟି ବ୍ୟବସାୟ କରି ସାରିଲାଣି । ଏମିତିରେ ଏହାର ସଫଳତାକୁ ଦେଖି କମଲ ହାସନଙ୍କ ପ୍ରଶଂସକମାନେ ସେଲିବ୍ରେଟ କରୁଥିବା ବେଳେ ବିକ୍ରମର ସକସେସକୁ ସେଲିବ୍ରେଟ କରିବାକୁ ସାଉଥ ଷ୍ଟାର ଚିରଞ୍ଜିବ ବି ତାଙ୍କ ଘରେ ପାର୍ଟିର ଆୟୋଜନ କରିଛନ୍ତି ।
ଏହି ପାର୍ଟିରେ ଚିରଞ୍ଜିବ ନିଜେ ଅତିଥିକୁ ସ୍ୱାଗତ କରୁଥିବା ବେଳେ ଶେଷରେ ଅଭିନେତା କମଲ ହାସନଙ୍କୁ ସାଲ ଓ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି । ଏହି ପାର୍ଟିରେ ସଲମାନ ଖାଁ, ନିତିନ ଓ ଅଖିଲ ଅକ୍କିନେନିଙ୍କୁ ବି ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ଅଭିନେତା ନିତିନ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଘଣ୍ଟାକ ମଧ୍ୟରେ ଲକ୍ଷାଧିକ ଭ୍ୟୁଜ ହୋଇଥିବା ଜଣାପଡିଛି ।
ନିକଟରେ ଏଣ୍ଟଟେନମେଣ୍ଟ ଟ୍ରାକର ତଥା ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଫିଲ୍ମର ବ୍ୟବସାକୁ ନେଇ ଟୁଇଟ କରିଥିଲେ । ୱାର୍ଲଡ ୱାଇଡ ମୁଭି ‘ବିକ୍ରମ’ ୩୦୦ କୋଟି ଟଙ୍କା ଛୁଇଁଥିବା ସେ କହିଥିଲେ । ଏହାସହ ସେ କମଲ ହାସନଙ୍କ ସହ ଟିମର ସମସ୍ତ ମେମ୍ବରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Share