କମଳ ଦେଶର ରାଜକୁମାର

କଳାକାର ଜୀବନର ପ୍ରାରମ୍ଭରେ ପ୍ରଫୁଲ୍ଲ କର ଗାଇଥିଲେ ‘କମଳ ଦେଶର ରାଜକୁମାର ମୁଁ, ହାତରେ ପୁଷ୍ପ ଧନୁ..’। ଏହି ଗୀତଟି ତାଙ୍କୁ ବେଶ୍‌ ଲୋକପ୍ରିୟ କରାଇଥିଲା। ଏହାପରେ ସେ କମଳ ଦେଶର ରାଜକୁମାର ଭାବେ ଘରେ ଘରେ ପରିଚିତ ହୋଇଯାଇଥିଲେ। ତାଙ୍କ ସଙ୍ଗୀତ ଓ ସାହିତ୍ୟ ଜୀବନ, ସମ୍ମାନ, ଉପାଧିକୁ ନେଇ ଏହି ଉପସ୍ଥାପନା।

ରେ ଆତ୍ମନ୍‌…

ଶତ ସୂରିଲା ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର। ଚଳଚ୍ଚିତ୍ର ସଙ୍ଗୀତ, ଲଘୁ ସଙ୍ଗୀତ, ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତର ସେ ଥିଲେ ଶ୍ରେଷ୍ଠ କଳାକାର। ସେ ଗାଇଥିବା କମଳ ଦେଶର ରାଜକୁମାର ମୁଁ, ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ, ମୁଁ ତ ନିରୀହ କେରାଣ୍ଡି ମାଛ, ହଇରେ ଫୁଲଗଛ, ନା ନା ମୋତେ ପ୍ରେମ କରନା, କାଳୀ କପାଳି ନରମୁଣ୍ଡ ମାଳି…. ଭଳି ଗୀତ ଶ୍ରୋତାଙ୍କ ହୃଦୟରେ ରାଜ୍‌ କରିଥିଲା। ୧୯୭୫ ମସିହାର ଓଡ଼ିଆ ଚଳଚ୍ଚିତ୍ର ‘ମମତା’ଥିଲା ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ପ୍ରଥମ କଥାଚିତ୍ର। ଏହାର ସବୁ ଗୀତ ଶ୍ରୋତାଙ୍କ ଭଲପାଇବା ସାଉଁଟିଥିବାବେଳେ ‘ରେ ଆତ୍ମନ ନିଦ୍ରା ପରିହାରି’ ସଙ୍ଗୀତ ଜଗତର ଶ୍ରେଷ୍ଠ ଗୀତ ତାଲିକାରେ ସ୍ଥାନିତ ହୋଇଛି। ସେହିପରି ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ସତୀ ଅନସୂୟା, ରାମାୟଣ, ମାନସୀ, ପୂଜା, ଗୌରୀ, ତପସ୍ୟା, ବତୀଘର, ସମୟ ବଡ଼ ବଳବାନ, ହିସାବ ନିକାଶ ଓ ଭୁଲି ହୁଏନା ଆଦି ଲୋକପ୍ରିୟ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ। ଏଥିସହ ବହୁ ଜଗନ୍ନାଥ ଭଜନ ଓ ଜଣାଣ ସୃଷ୍ଟି ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଭଜନ କ୍ୟାସେଟ ‘ପ୍ରଭୁକୃପା’ ଆଜି ବି ସଙ୍ଗୀତ ଜଗତରେ ବେଶ୍‌ ଲୋକପ୍ରିୟ ହୋଇ ରହିଛି। ସେଥିରେ ‘କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା’ ଓ ‘ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି’ ଆଜି ମଧ୍ୟ ଶ୍ରୋତାଙ୍କୁ ଆନମନା କରିଥାଏ।

ଶିକ୍ଷା ଓ ପରିବାର
ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକ ପରେ ମହାରାଷ୍ଟ୍ରର ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟରେ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ୍‌.ରାଓଙ୍କ ତତ୍ତ୍ୱାବଧାନରେ ସେ ସଙ୍ଗୀତ ବିଶାରଦ ଉପାଧି ପାଇଥିଲେ। ସ୍ତ୍ରୀ ମନୋରମା କର, ଦୁଇପୁଅ ମହାଦୀପ ଓ ମହାପ୍ରସାଦ କର ଏବଂ ଝିଅ ସନ୍ଧ୍ୟାଦୀପାଙ୍କୁ ନେଇ ତାଙ୍କ ସଂସାର। ମହାଦୀପ ଜଣେ ଗିଟାର ଓ ହାରମୋନିୟମ ବାଦକ ଏବଂ ସାନପୁଅ ମହାପ୍ରସାଦ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ। ଝିଅ ସନ୍ଧ୍ୟାଦୀପା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ।

ଉପାଧି:

ସଙ୍ଗୀତ ଜଗତର ଏହି ପ୍ରଚଣ୍ଡ ପ୍ରତିଭାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ କେତେକ ଉପାଧିରେ ଭୂଷିତ କରାଯାଇଛି। ସେଥିମଧ୍ୟରେ ରହିଛି ଚିନ୍ତା ଓ ଚେତନା ପକ୍ଷରୁ ପଦ୍ମକେଶରୀ, ଉତ୍କଳ ଯୁବ ସାଂସ୍କୃତିକ ସଂଘ ଦ୍ୱାରା ସଙ୍ଗୀତ ଭୂଷଣ, କଳିଙ୍ଗ ସଂସ୍କୃତି ତରଫରୁ ଉତ୍କଳ ଜ୍ୟୋତି, ବାଳକୃଷ୍ଣ ଦାସ ଫାଉଣ୍ଡେଶନ ପକ୍ଷରୁ ସଙ୍ଗୀତ ସରସ୍ବତୀ। ସେହିପରି ହଣ୍ଟସଭିଲେ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଣ୍ଡିତ, ବଳଦେବଜୀ ସେବକ ସଂଘ ଦ୍ୱାରା କଣ୍ଠ ରତ୍ନ, ଏସ୍‌ସିଏଆର୍‌ଟି ପକ୍ଷରୁ ସଙ୍ଗୀତ ସମ୍ରାଟ, କଟକ ଫ୍ରେଣ୍ଡସ୍‌ କ୍ଲବ ତରଫରୁ ସଙ୍ଗୀତ ସନ୍ଧିପଣୀ, ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ପରିଷଦ ଦ୍ୱାରା ସ୍ବରବ୍ରହ୍ମ ଉପାଧି ପାଇଥିଲେ।

ସମ୍ମାନ:

୨୦୧୫ରେ ସେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ବିଭୂଷିତ ହୋଇଥିଲେ। ଜୀବନବ୍ୟାପୀ ଅବଦାନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୦୪ରେ ଜୟଦେବ ପୁରସ୍କାର ପାଇଥିଲେ। ସେହିପରି ୨୦୦୬ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସାରଳା ସମ୍ମାନ, ୧୯୭୭ରେ ଚଳଚ୍ଚିତ୍ର ଜଗତ ସମ୍ମାନ, ନିତାଇ ପାଲିତ ସମ୍ମାନ, ବାଣୀଚିତ୍ର ସମ୍ମାନ, ୨୦୧୧ରେ ଫିଟ୍‌ଫାଟ୍‌ ବାଇସ୍କୋପ୍‌ ସମ୍ମାନ, ଅନମୋଲ ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନ, କଳିଙ୍ଗ ପ୍ରତିଭା ସମ୍ମାନ, ମାୟାଧର ମାନସିଂହ ଶତବାର୍ଷିକୀ ସମ୍ମାନ, ରାଜଧାନୀ ଗୌରବ ସମ୍ମାନ, ସ୍ବର୍ଣ୍ଣ ସଞ୍ଜୀବନୀ ସମ୍ମାନ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ସମ୍ମାନ, ପରମ୍ପରା ସମ୍ମାନ, କାଦମ୍ବିନୀ ଭଳି ବହୁ ସମ୍ମାନର ଅଧିକାରୀ ହୋଇଥିଲେ।

 

ପ୍ରଥମ ଚଳଚ୍ଚିତ୍ର ‘ମମତା’ର ସମସ୍ତ ଗୀତ ହିଟ୍‌ ହୋଇଥିଲା
ପ୍ରଫୁଲ୍ଲ କରଙ୍କ ଦେହାନ୍ତ କଥା ବିଶ୍ୱାସ କରି ହେଉନି। ତାଙ୍କ ଗୀତ ଶୁଣିବା ପରେ ମତେ ଲାଗିଲା ଯେ, ଖୁବ ସୁନ୍ଦର ଜଣେ ଓଡ଼ିଆ ଶିଳ୍ପୀ ଆଗକୁ ଆସିଲେ। ୧୯୭୩ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମମତା’ର ସମସ୍ତ ଗୀତ ହିଟ୍‌ ହୋଇଥିଲା। ତାଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରିବେ। ତାଙ୍କ ବିୟୋଗ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି।
– ଲକ୍ଷ୍ମୀକାନ୍ତ ପାଲିତ

ସଙ୍ଗୀତ ଜଗତର ଦ୍ୱିତୀୟ ସ୍ତମ୍ଭ ଭୁଶୁଡ଼ି ପଡ଼ିଲା
ସଙ୍ଗୀତ ଜଗତର ସେ ଦ୍ୱିତୀୟ ସ୍ତମ୍ଭ ଆଜି ଭୁଶୁଡ଼ି ପଡ଼ିଲା। ସେ ଦେଖାଇଥିବା ବାଟରେ ଆମେ ଗତି କରୁଛୁ। ତାଙ୍କଠାରୁ ବହୁତ କିଛି ଶିଖିବା ଏବଂ ଶୁଣିବା ବାକି ରହିଗଲା। ଜଣେ କବି, ସାହିତ୍ୟିକ, ଗାୟକ ଏବଂ ସ୍ତମ୍ଭକାର ଭାବେ ତାଙ୍କର ଅନେକ ସୁଖ୍ୟାତି ରହିଛି। ଓଡ଼ିଆ ଗୀତ ରହିଁବା ଯାଏ ପ୍ରଫୁଲ୍ଲ କର ଅମର ରହିବେ।
– ଅଭିଜିତ ମଜୁମଦାର

ଦେଶର ଜଣେ ବଡ଼ ସଙ୍ଗୀତଜ୍ଞ
ଆମକୁ ଛାଡ଼ି ଚାଲିଗଲେ
ଦେଶର ଜଣେ ବଡ଼ ସଙ୍ଗୀତଜ୍ଞ ଆମକୁ ଛାଡ଼ି ଚାଲିଗଲେ। ସେ ଯାହା ଭଲପାଇବା ବାଣ୍ଟି ଯାଇଛନ୍ତି ତାହା ଆମ ପାଖରେ ସବୁଦିନ ପାଇଁ ଅଭୁଲା ସ୍ମୃତି ହୋଇରହିବ।
– ଅଭିଜିତ ମିଶ୍ର

ତାଙ୍କ ଭଳି ବ୍ୟକ୍ତିତ୍ୱ ଆଉ ଥରେ ଜନ୍ମ ନେବା କଷ୍ଟକର
ପ୍ରଫୁଲ୍ଲ କରଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ବିରାଟ କ୍ଷତି। ତାଙ୍କ ଭଳି ଏକାଧିକ ଗୁଣର ଅଧିକାରୀ ବ୍ୟକ୍ତିତ୍ୱ ଆଉ ଥରେ ଜନ୍ମ ନେବା କଷ୍ଟକର। ସଙ୍ଗୀତ ଜଗତ ପାଇଁ ତାଙ୍କର ଅବଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ।
– ଦିଲ୍ଲୀପ ହାଲି


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri