Categories: ବାଣିଜ୍ୟ

କଲ୍ୟାଣର ‘ଟେମ୍ପଲ ଜୁଏଲେରି କଲେକ୍ସନ’

ନୂଆଦିଲ୍ଲୀ,୧୫।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଆକର୍ଷଣୀୟ ଓ ସୂକ୍ଷ୍ମ କାରିଗରିର ଏକ ଅପୂର୍ବ ଡିଜାଇନ ‘ଟେମ୍ପଲ ଜୁଏଲେରି’ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ‘ଟେମ୍ପଲ ଜୁଏଲେରି’ ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍‌ର ହାତ ତିଆରି ଗହଣା, ଯାହାର ସମ୍ପର୍କ ଦକ୍ଷିଣ ଭାରତର ନବମ ଶତାବ୍ଦୀ ଇତିହାସ ସହ ଜଡିତ ରହିଛି। ଯଦିଓ ପାରମ୍ପରିକ ଭାବେ ଏହି ଗହଣାଗୁଡ଼ିକୁ ଦେବଦେବୀ କିମ୍ବା ରାଜ ପରିବାରରେ ବ୍ୟବହାର କରାଯାଉଥିଲା କିନ୍ତୁ ବର୍ତ୍ତମାନ ତାହା ବଧୂମାନଙ୍କ ପାଇଁ କିମ୍ବା ସ୍ବତନ୍ତ୍ର ଅବସର ଲାଗି ଏକ ଲୋକପ୍ରିୟ ଗହଣାରେ ପରିଣତ ହୋଇଛି। ଏପରିକି ପାରମ୍ପରିକ ଟେମ୍ପୁଲ ଜୁଏଲେରି ସୃଷ୍ଟି କରିବା ପଛରେ ଏକାଧିକ ସ୍ତର ରହିଛି, ଯାହା ଗହଣାକୁ ଡିଜାଇନ୍‌ କରିବାଠାରୁ ଆରମ୍ଭ ହୋଇଛି। ସେହିଭଳି ଡିଜାଇନ୍‌ଗୁଡ଼ିକ ମୁଖ୍ୟତଃ ପ୍ରାଚୀନ ହିନ୍ଦୁ ସ୍ଥାପତ୍ୟରୁ ପ୍ରେରିତ ଏବଂ ପ୍ରତିଟି ଗହଣା ସହ ଅର୍ଥ ଓ ଗୁରୁତ୍ୱ ଜଡ଼ିତ ରହିଛି। ଅପରପକ୍ଷରେ କଲ୍ୟାଣ ଜୁଏଲର୍ସର ଗ୍ରାହକ କୈନ୍ଦ୍ରିକ ଅଭିଯାନ ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ମଧ୍ୟ ଉପସ୍ଥାପନ କରାଯାଉଛି ଯାହା ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ, ଗୁଣବତ୍ତା ଓ ସେବାର ଗ୍ୟାରେଣ୍ଟି ପ୍ରଦାନ କରୁଛି। କଲ୍ୟାଣ ଜୁଏଲର୍ସ ଯୁକ୍ତିଯୁକ୍ତ ଓ ସ୍ବଚ୍ଛ ବ୍ୟବସାୟ ପ୍ରଥାକୁ ଅନୁସରଣ କରୁଛି,ଯାହାର ପ୍ରମାଣ ୪-ସ୍ତରୀୟ ଆସ୍ୟୁରାନ୍ସ ପ୍ଲାନ୍‌ର ଉପତ୍ାଦ ସୂଚନା ବିଭାଗରେ ରହିଛି। ଏପରିକି ବ୍ରାଣ୍ଡ୍‌ ପକ୍ଷରୁ ଉପତ୍ାଦର ମୋଟ ମୂଲ୍ୟରୁ ଲାଖ, ଜେମଷ୍ଟୋନ, କାଚ, କାଠ, ଲନାମେଲ୍‌ ଭଳି ଅନ୍ୟାନ୍ୟ ସାମଗ୍ରୀକୁ ବାଦ ଦେବା ସହ କେବଳ ବ୍ୟବହାର ହୋଇଥିବା ସୁନା ପାଇଁ ଗ୍ରାହକମାନଙ୍କଠାରୁ ସୁନାର ମୂଲ୍ୟ କେବଳ ଗ୍ରହଣ କରାଯାଏ।

Share