Categories: ବାଣିଜ୍ୟ

କଲ୍ୟାଣକୁମାର ଜେଏସ୍‌ଏଲ୍‌ର ନୂଆ ସିଏସ୍‌ଓ

ନୂଆଦିଲ୍ଲୀ,୧୦।୧: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ନୂଆ ଚିଫ ସଷ୍ଟେନବିଲିଟି ଅଫିସର (ସିଏସଓ) ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଜେଏସଏଲର ଶକ୍ତି ଏବଂ ଇଏସଜିର ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏପରିକି ଉପସଭାପତି ଭାବେ ସେ ଏଣ୍ଟରପ୍ରାଇଜ୍‌ ଇଏସଜି ରୂପାନ୍ତରୀକରଣ, ଇସ୍ପାତ ଉତ୍ପାଦନରେ ଅଙ୍ଗାରକାମ୍ଳ ନିରପେକ୍ଷତା, ଡି. କାର୍ବୋନାଇଜେଶନ୍‌ ପଥ ଏବଂ ସ୍ଥିରତା ପାଇଁ ଆବଶ୍ୟକ କାର୍ଯ୍ୟ ଓ ନେତୃତ୍ୱ ନେଇଛନ୍ତି। ବିଶେଷ କରି ଇସ୍ପାତ ଶିଳ୍ପରେ ଭଟ୍ଟାଚାର୍ଜୀଙ୍କର ପ୍ରାୟ ୩ ଦଶନ୍ଧିର ବଳିଷ୍ଠ ଅଭିଜ୍ଞତା ରହିଛି। ଅପରପକ୍ଷରେ ପରିବେଶ, ସାମାଜିକ ଓ ଶାସନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଦିଗରେ ଜେଏସଏଲ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଜେଏସଏଲର ପ୍ରଥମ ସିଏସଓ ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ସେହିଭଳି ଭଟ୍ଟାଚାର୍ଜୀ ଜିନ୍ଦଲ ଷ୍ଟେନଲେସର ସ୍ଥାୟିତ୍ୱ ପଦକ୍ଷେପ ପାଇଁ ଦାୟୀ ରହିବେ, ଯେଉଁଥିରେ ବର୍ତ୍ତମାନ ତଥା ଭବିଷ୍ୟତର କ୍ଷମତା ସମ୍ପ୍ରସାରଣ ଯୋଜନା ପାଇଁ ଡି଼କାର୍ବୋନାଇଜ୍‌ ପ୍ରୟାସ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ନେଇ ୨୦୫୦ସୁଦ୍ଧା କମ୍ପାନୀର ନେଟ୍‌ ଜିରୋ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଜିନ୍ଦଲ ଷ୍ଟେନଲେସରେ ସିଏସଓ ପଦବୀ ବ୍ୟବସାୟ ତଥା ବାହାରେ ନିରନ୍ତର ଉତ୍କର୍ଷତା ପାଇଁ ଦିଗ ନିର୍ଦ୍ଧାରିତ କରିବା ସହ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା। ଏକ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ ସଂସ୍ଥା ଭାବେ ସ୍ଥାୟୀ ଉତ୍ପାଦନକୁ ସ୍ଥାନାନ୍ତର କରିବାକୁ ଆମେ ପ୍ରତିବଦ୍ଧ, ଆମେ ସଚେତନତା ସହ ଆମର କାର୍ବନ ଏମିସନକୁ ହ୍ରାସ କରିବାକୁ ପଦକ୍ଷେପ ନେଇଛୁ।

Share