ମାଷ୍ଟର କ୍ୟାଣ୍ଟିନ୍‌ରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌

ଭୁବନେଶ୍ୱର,୨୫।୯: (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ମବୀ କପୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର ସିଇଓ ସଞ୍ଜୟ ରଘୁରମଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ କଲ୍ୟାଣର ଏହା ୫ମ ଶୋ’ ରୁମ୍‌ ହୋଇଥିବାବେଳେ ଏହା ପୂର୍ବରୁ ଭୁବନେଶ୍ୱରର ବାଣୀବିହାର ଓ ପଟିଆ ସମେତ ରାଉରକେଲା ଏବଂ ବ୍ରହ୍ମପୁରଠାରେ ମଧ୍ୟ ଆଉଟ୍‌ଲେଟ ରହିଛି।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ଗ୍ରାହକଙ୍କ ଶପିଂ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କମ୍ପାନି ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବା ସହ ବଡ଼ ପଦକ୍ଷେପ ଗ୍ରହଣ କରିଛ। ଭୁବନେଶ୍ୱରରେ ଆମର ତୃତୀୟ ଶୋ’ ରୁମ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଆନନ୍ଦିତ। ଆମେ ଆମ ଅଭିବୃଦ୍ଧି ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଏହି ଅଞ୍ଚଳରେ ଆମ ଉପସ୍ଥିତିର ସମ୍ପ୍ରସାରଣ କରୁଛୁ।

ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ଅନୁଭୂତି ପ୍ରଦାନ କରିବା ସହିତ ବିଶ୍ୱାସ ଓ ସ୍ବଚ୍ଛତାର କମ୍ପାନିର ଯେଉଁ ମୂଲ୍ୟବୋଧ ରହିଛି, ତାହାକୁ ଆସୁଥିବା ସମୟରେ ମଧ୍ୟ ପାଳନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଉଲ୍ଲେଖଯୋଗ୍ୟ, ଏହି ନୂତନ ଶୋ’ ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଶପିଂ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟର ଅଧା ଦାମ୍‌ରେ ୦% ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୩ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୈଧ ରହିଛି। କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲ୍‌ମାର୍କ ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ। ଏପରିକି ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ସହ ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉପତ୍ାଦ ବିବରଣୀ ଏବଂ ଏକ୍ସଚେଞ୍ଜ ଓ ବାଏ ବ୍ୟାକ୍‌ ନୀତିରେ ସ୍ବଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରୁଛି।

ଏଠାରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍‌ ତେଜସ୍ବୀ (ପୋଲକି ଗହଣା), ମୁଦ୍ଧରା (ହାତ ତିଆରି ଆଣ୍ଟିକ୍‌ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ବତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ଅବସର ପାଇଁ ହୀରା), ରଙ୍ଗ (ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (କଲର୍‌ ଷ୍ଟୋନ ଓ ହୀରା ଗହଣା) ଆଦି ରହିବ। ସେହିଭଳି କମ୍ପାନିର ସମସ୍ତ ଶୋ’ରୁମ୍‌ରେ ସମାନ ଥିବା ‘କଲ୍ୟାଣ ସ୍ପେଶିଆଲ ଗୋଲ୍ଡ ବୋର୍ଡ ରେଟ୍‌’ ଯାହା ବଜାରରେ ସର୍ବନିମ୍ନ ତାହା ଲାଗୁ ହେବ, ଫଳରେ ଏକ ନିରବଚ୍ଛିନ୍ନ ଓ ସର୍ଭିସ୍‌ ସୁବିଧା ଥିବା ଶପିଂ ଅନୁଭୂତିକୁ ସୁନିଶ୍ଚିତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri