ପଟିଆ ଛକରେ କଲ୍ୟାଣ ଜୁଏଲର୍ସ

ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହେବାକୁ ଯାଉଛି। ବିଶେଷକରି ଭୁବନେଶ୍ୱରର ପଟିଆ ଛକରେ ଉକ୍ତ ଷ୍ଟୋର ଖୋଲିବାକୁ ଯାଉଛି। ଭୁବନେଶ୍ୱରରେ ଏହା ୨ୟ ଆଉଟ୍‌ଲେଟ୍‌ ହୋଇଥିବା ବେଳେ ଓଡ଼ିଶା ବଜାରରେ ପ୍ରତିଷ୍ଠାନର ୪ର୍ଥ ଆଉଟ୍‌ଲେଟ୍‌ ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଉକ୍ତ ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, ଓଡ଼ିଶା ବଜାରରେ ଆମେ ୮ମ ବର୍ଷ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ ବ୍ରାଣ୍ଡ୍‌ର ୨ୟ ଶୋ’ରୁମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସ୍ମାର୍ଟସିଟି ଭୁବନେଶ୍ୱର ସହରର ଗ୍ରାହକମାନଙ୍କ ନିକଟତର ହେବାକୁ ସହରର ପ୍ରମୁଖ ଅଞ୍ଚଳ ପଟିଆରେ ବ୍ରାଣ୍ଡ୍‌ର ୨ୟ ଶୋ’ରୁମ୍‌ ଖୋଲିବାକୁ ଯାଉଛୁ। ଏପରିକି ଉକ୍ତ ଅଞ୍ଚଳ ଓ ସହରବାସୀଙ୍କ ପାଇଁ ଏହି ଶୋ’ରୁମ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆମେ ଆଶାବ୍ୟକ୍ତ କରୁଛୁ। ଏହି ଅଞ୍ଚଳରେ ଆମର ରହିଥିବା ଦୃଢ଼ ମୂଳଦୁଆ ଅନୁସାରେ ଆମେ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆଶାବାଦୀ ଅଛୁ। ସେହିଭଳି ବିଶ୍ୱଶ୍ରେଣୀର ପରିବେଶରେ ଗଢି ଉଠିଥିବା ଉକ୍ତ ଷ୍ଟୋରରେ ବ୍ରାଣ୍ଡ୍‌ର ବ୍ୟାପକ ଶ୍ରେଣୀର ଡିଜାଇନ୍‌ ଉପଲବ୍ଧ। ଏପରିକି ବଜାରରେ ସର୍ବନିମ୍ନ ଓ କମ୍ପାନୀର ସବୁ ଶୋ’ରୁମ୍‌ରେ ସମାନ ଥିବା ‘କଲ୍ୟାଣ ସ୍ପେସିଆଲ୍‌ ଗୋଲ୍‌ଡ ବୋର୍ଡ ରେଟ୍‌’ ପ୍ରଯୁଜ୍ୟ ହେବ। ଯାହା ନିରବଚ୍ଛିନ୍ନ ଓ ସେବା ଭିତ୍ତିକ ଶପିଙ୍ଗ୍‌ ଅନୁଭୂତିକୁ ନିଶ୍ଚିତ କରିବ। ଶୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଶପିଙ୍ଗ୍‌ ଉପରେ ଅଧା କିଣା ମୂଲ୍ୟ ଉପରେ ଶୂନ ଗଢ଼ା ମୂଲ୍ୟ ଭଳି ସ୍ବତନ୍ତ୍ର ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ। କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲ୍‌ମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ। ବିଶେଷ କରି ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ମଧ୍ୟ ପାଇବେ। ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉପତ୍ାଦ ବିବରଣୀ ଏବଂ ଏକ୍ସଚେଞ୍ଚ ଓ ବାଏ ବ୍ୟାକ୍‌ ନୀତିରେ ସ୍ବଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରୁଛି। ଏପରିକି ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଏହି ସାର୍ଟିଫିକେଟ୍‌ ହେଉଛି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଏକ ଅଂଶ ବୋଲି କୁହାଯାଉଛି। ଏଠାରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍‌ ଲିଲା-ହୀରା ଓ ସେମି-ପ୍ରିସିଅସ୍‌ ଷ୍ଟୋନ ଗହଣା, ତେଜସ୍ବୀ-ପୋଲକି ଗହଣା, ମୁନ୍ଧ୍ରା-ହାତ ତିଆରି ଆଣ୍ଟିକ୍‌ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ-ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ବତନ୍ତ୍ର ଅବସର ପାଇଁ ହୀରା, ମୁହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା ଆଦି ଉପଲବ୍ଧ ।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?